Odisha news

କାର୍ଗିଲ ବିଜୟ ଦିବସ କୁ ପୁରିଲା ୨୪ ବର୍ଷ : ଆସନ୍ତୁ ଜାଣିବା କାର୍ଗିଲ ଯୁଦ୍ଧରେ ଭାରତୀୟ ସେନାଙ୍କ ବୀରତ୍ୱର କାହାଣୀ

0
ସମୟ ସହିତ ଆମେ ସମସ୍ତେ ଆଗକୁ ବଢି ଚାଲିଛୁ , କିନ୍ତୁ ପବନ ରେ ଲହରଉଥିବା ତ୍ରିରଙ୍ଗା ଆଜି ମଧ୍ୟ କାର୍ଗିଲ ଯୁଦ୍ଧ ରେ ଭାରତୀୟ ସେନା ଙ୍କ ବୀରତ୍ୱ ର କାହାଣୀ କୁ ନିଜ ଛାତିରେ ଜାବୁଡି ଧରିଛି , ଯେଉଁ କାହାଣୀ କୁ ଭାରତ ମାତାର ବୀର ପୁତ୍ର ମାନେ ନିଜ ରକ୍ତରେ ଲେଖି ଦେଇଛନ୍ତି l
ଧଳା ବରଫ ରେ ଆବୃତ ଏହି ପର୍ବତ ଶିଖର କୁ ଯେଉଁଠି କବ୍ଜା କରି ବସିଥିଲା ଶତ୍ରୁ ଦେଶ ତାହାକୁ ଭାରତ ମାତାର ବୀର ପୁତ୍ର ନିଜ ବାହୁ ଓ ବୁଦ୍ଧି ବଳରେ ଅକ୍ତିଆର କରି ଭାରତ ମାତା ନିକଟରେ ସମର୍ପଣ କରିଥିଲେ l
ଭାରତ ଇତିହାସ ରେ ଜୁଲାଇ ୨୬ ତାରିଖ ଦିନ ଟିକୁ ବୀରତ୍ୱ ର ସହିତ କାର୍ଗିଲ ବିଜୟ ଦିବସ ଭାବରେ ପାଳନ କରାଯାଇ ଥାଏ l
ଚଳିତ ବର୍ଷ ଦେଶ ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି l କାର୍ଗିଲ ଦୁନିଆର ସବୁଠୁ ଭୟଙ୍କର ଯୁଦ୍ଧ କ୍ଷେତ୍ର ମଧ୍ୟରୁ ଗୋଟିଏ l ଶ୍ରୀନଗର ଠାରୁ ୨୦୫ କିମି ଦୂରରେ କାର୍ଗିଲ ସହର ସ୍ଥିତ ଟାଇଗର ହିଲ ରେ ଏହି ଯୁଦ୍ଧ ହୋଇଥିଲା l ଏଠାରେ ଅନେକ ସମୟ ପର୍ଯ୍ୟନ୍ତ ଅନ୍ଧାର ରହିଥାଏ ଓ ତାପମାତ୍ରା ମାଇନସ ୪୮ ଡିଗ୍ରୀ ହୋଇ ଯାଇଥାଏ l ପାକିସ୍ତାନ ସୈନ୍ୟ ଲଦାଖ ଓ କାଶ୍ମୀର ମଧ୍ୟରେ ସମ୍ପର୍କ ଖରାପ କରିବାକୁ ଚାହୁଁଥିଲା ଓ ପରେ ଧୀରେ ଧୀରେ କାଶ୍ମୀର ଉପରେ କବ୍ଜା କରିବାକୁ ଚାହୁଁଥିଲା l ୧୯୮୯-୧୯୯୯ ଶୀତ ଋତୁ ମଧ୍ୟରେ , ପାକିସ୍ତାନ ସେନା ଗୁପ୍ତ ଭାବରେ ସିଆଚୀନ ଗ୍ଳାସିୟର୍ ଉପରେ ଅଧିକାର ସବ୍ୟସ୍ତ କରିବା ଲକ୍ଷ ରେ କାର୍ଗିଲ ନିକଟରେ ସୈନିକ ଙ୍କୁ ପ୍ରଶିକ୍ଷଣ ଦେବା ଓ ଭାରତକୁ ପଠାଇବା ଆରମ୍ଭ କରିଦେଲା l
ପାକିସ୍ତାନ ଚାହୁଁଥିଲା ଏହି ବିବାଦ ଅନ୍ତରରାଷ୍ଟ୍ରୀୟ ସ୍ତରରେ ଆଲୋଚନା ହେଉ l ଏବଂ ଭାରତ ସିଆ ଚିନ ରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେଉ ଓ କାଶ୍ମୀର ମୁଦା ରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ହସ୍ତକ୍ଷେପ ହେଉ l
କିନ୍ତୁ ଭାରତ ସେହି ସୁଯୋଗ ଲାଭ କରିବାକୁ ପାକିସ୍ତାନ କୁ ଦେଇ ନଥିଲା l ଏହି ଯୁଦ୍ଧ ରେ ପାକିସ୍ତାନ ଆତଙ୍କବାଦୀ ଙ୍କ ସହିତ କାଶ୍ମୀର ଆତଙ୍କବାଦୀ ମଧ୍ୟ ସାମିଲ ଥିଲେ l କିନ୍ତୁ ଭାରତର ବୀର ପୁତ୍ର ମାନେ ଏହାକୁ ଭୃକ୍ଷେପ କରି ନିଜର ଲହୁ ବୁହାଇ ଭାରତ ର ତ୍ରିରଙ୍ଗା କୁ ଲହରାଇ ଥିଲେ l
ଭାରତୀୟ ସୈନ୍ୟ ହଜାର ହଜାର ଫୁଟ ଉପରୁ ପାକିସ୍ତାନ ସୈନ୍ୟ କୁ ପରାସ୍ତ କରିବାରେ ସଫଳ ହୋଇ ଥିଲେ l ଜୁଲାଇ ୨୬ ତାରିଖ ଦିନ କାର୍ଗିଲ ବିଜୟ ଦିବସ ପାଳିତ ହୋଇଥାଏ l
Govt
Leave A Reply