ବୁଧବାର ଦିନ ଗଣେଶଙ୍କୁ ଅର୍ପିତ ଅଟେ l ଏହିଦିନ ବିଘ୍ନ ହର୍ତା ଙ୍କ ପୂଜା କରାଯାଇ ଥାଏ l ଶ୍ରୀଗଣେଶ ଙ୍କୁ ଅଗ୍ର ପୂଜ୍ୟ କୁହାଯାଏ l ଏହିଦିନ ଯେଉଁ ବ୍ୟକ୍ତି ବ୍ରତ ରଖିଥାଏ ବିଘ୍ନ ହର୍ତା ଗଣେଶ ତାର ସମସ୍ତ ଦୁଃଖ ହରଣ କରି ଥାଆନ୍ତି l ଶାସ୍ତ୍ର ଅନୁସାରେ ବୁଧବାର ଦିନ କିଛିଟା ମହାଉପାୟ କରିବା ଦ୍ୱାରା ବ୍ୟବସାୟ ଓ କ୍ୟାରିଅର ରେ ଉନ୍ନତି ହୋଇଥାଏ l
* ବୁଧବାର ଦିନ ସବୁଜ ଗୋଟା ମୁଗ ଦାନ କରିବା ଖୁବ ଶୁଭ ହୋଇଥାଏ l ଏହିଦିନ ସବୁଜ ମୁଗ ରେ ପ୍ରସ୍ତୁତ କୌଣସି ଖାଦ୍ୟ ପ୍ରସ୍ତୁତ କରି ଗଣେଶ ଙ୍କୁ ଅର୍ପଣ କରନ୍ତୁ ଓ ନିଜେ ମଧ୍ୟ ସେବନ କରନ୍ତୁ l କୁହାଯାଏ ଯେ ଏଭଳି କରିବା ଦ୍ୱାରା କୁଣ୍ଡଳୀ ରେ ବୁଧ ଙ୍କ ସ୍ଥିତି ମଜବୁତ ହୋଇଥାଏ ଓ ଉନ୍ନତି ର ମାର୍ଗ ଖୋଲି ଯାଇଥାଏ l
* ଯଦି ଆପଣ ଋଣ ମୁକ୍ତି ହେବା ପାଇଁ ଚାହୁଁଛନ୍ତି ତେବେ ବୁଧବାର ଦିନ ଋଣ ହର୍ତା ଗଣେଶ ଙ୍କ ସ୍ତୋତ୍ର ପାଠ କରନ୍ତୁ l ଏହାକୁ ପାଠ କରିବା ଦ୍ୱାରା ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହୋଇଯିବ ଓ ଆପଣଙ୍କ କ୍ୟାରିଅର ରେ ଗ୍ରୋଥ ହେବ l
* ବୁଧବାର ଦିନ ଶ୍ରୀଗଣେଶ ଙ୍କ ନିକଟରେ ଶାମି ବୃକ୍ଷର ପତ୍ର ଅର୍ପଣ କରନ୍ତୁ l ଏହା ସହିତ ଦୁବ ଘାସ ମଧ୍ୟ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ବିଘ୍ନ ହର୍ତା ସନ୍ତୁଷ୍ଟ ହୁଅନ୍ତି ଓ ସମସ୍ତ ମନସ୍କାମନା ପୁର୍ଣ କରନ୍ତି l
* ବୁଧବାର ଦିନ ର ବିଶେଷତ୍ୱ ଖୁବ ରହିଛି ଓ ଏହିଦିନ ଗାଈ କୁ ଘାସ ଖାଇବାକୁ ଦେବା ଦ୍ୱାରା ଦେବଦେବୀ ଙ୍କ କୃପା ଲାଭ ହୋଇଥାଏ l ଏହାଦ୍ୱାରା ଜୀବନ ର ସମସ୍ତ କଷ୍ଟ ର ଅନ୍ତ ହୋଇଥାଏ l ଏହା ଛଡା ଜୀବନ ସୁଖମୟ ହୋଇଥାଏ l