Odisha news

ଗଞ୍ଜାମ ଜିଲ୍ଲା ହୋଟେଲ ସଙ୍ଘର ପଦାଧିକାରୀ ମନୋନୟନ

0

ଗଞ୍ଜାମ ଜିଲ୍ଲା ( ଅମରେନ୍ଦ୍ର କୁମାର ପଟ୍ଟନାୟକ)ହୋଟେଲ ସଙ୍ଘର ନୂତନ ପଦାଧିକାରୀ ମନୋନୟନ ଅନୁଷ୍ଠିତ ହୋଇଯାଇଛି, ରବିବାର ସନ୍ଧ୍ୟାରେ ସ୍ଥାନୀୟ ନନ୍ଦନ ଇଣ୍ଟର ନାସନାଲ ହୋଟେଲରେ ସଙ୍ଘର ବୈଠକ ଅନୁଷ୍ଠିତ ହୋଇ ଥିଲା,2023-26ବର୍ଷ ପାଇଁ ପଦାଧିକାରୀ ମନୋନୀତ କରାଯାଇଥିଲା, ସଭାପତି ଭାବେ ଉମାଶଙ୍କର ପାଣିଗ୍ରାହୀ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ସାର୍ଥ ପାଢ଼ୀ, ଉପସଭାପତି ଭାବେ ୱାଇ. ରାମକୃଷ୍ଣ ରାଓ ଏବଂ ଶିବରାମ ସାହୁ, ଯୁଗ୍ମ ସମ୍ପାଦକ ଭାବେ ସୁଶାନ୍ତ କୁମାର ପାଢ଼ୀ ଏବଂ ସର୍ବେଶ୍ୱର ସୁବୁଦ୍ଧି ଓ କୋଷାଧକ୍ଷ ଭାବେ ବିନାୟକ ସୁବୁଦ୍ଧି ମନୋନୀତ ହୋଇଥିଲେ, କାର୍ଯ୍ୟକାରୀ କମିଟିରେ ଦମ୍ବୁରୁଧର ସାହୁ, ଅମରେନ୍ଦ୍ର କୁମାର ପଟ୍ଟନାୟକ, ସୁରେନ୍ଦ୍ର କୁମାର ପଣ୍ଡା, ଜିତେନ୍ଦ୍ର କୁମାର ସାହୁ, ମନୋଜ କୁମାର ସାହୁ ସାଗର କୁମାର ପାଢ଼ୀ, ଅରୁଣ କୁମାର ରାୟ ସୟଦ ଜାଫର ସିଦିକି, ମହମ୍ମଦ ସୟଦ, ପି. ରଂଜିତ କୁମାର ପୃଷ୍ଟି ଏବଂ ଅନିଲ କୁମାର ସାହୁ ରହିଛନ୍ତି, ବୈଠକ ଅବସରରେ ହୋଟେଲ ମାଲିକଙ୍କ ବିଭିନ୍ନ ଦୈନନ୍ଦିନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ସେଗୁଡିକର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ବିଦ୍ୟୁତ, ଅଗ୍ନିଶମ ଏବଂ ଅନ୍ୟାନ୍ୟ ବିଭାଗ ତରଫରୁ ଦେଖାଦେଉଥିବା ସମସ୍ୟା ବିଷୟରେ ମାଲିକମାନେ ଦୃଷ୍ଟି ଆକର୍ଷଣ କରିଥିଲେ, ସେହିଭଳି ଅନଲାଇନ ବୁକିଂ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ନେଇ ମଧ୍ୟ ଆଲୋଚନା ହୋଇଥିଲା, ସଙ୍ଘର ଅଧିକ ସକ୍ରିୟ କରିବା ପାଇଁ ଭଞ୍ଜନଗର, ଆସିକା, ପୁରୁଷୋତ୍ତମପୁର ଏବଂ ଜିଲ୍ଲାର ଅନ୍ୟନ୍ୟ ଅଂଚଳରୁ ନୂତନ ସଦସ୍ୟଙ୍କୁ କରାଯାଇଥିଲା, ଅନ୍ୟ ଅଂଚଳ ଗୁଡିକ ରୁ ମଧ୍ୟ ଆଗାମୀ ଦିନରେ ସଦସ୍ୟଙ୍କୁ ଗ୍ରହଣ କରିବାକୁ ନିଷ୍ପତି ନିଆଯାଇଥିଲା, ଗଞ୍ଜାମ ଜିଲ୍ଲାର ପ୍ରାୟ 45ଟି ହୋଟେଲର ମାଲିକ ଉପସ୍ଥିତ ଥିଲେ ଏହି ବୈଠକରେ.

Govt
Leave A Reply