Odisha news

ରୋଗୀକଲ୍ୟାଣ ସମିତିର ସାଧାରଣ ଓ କାର୍ଯ୍ୟକାରୀ ପରିଷଦ ବୈଠକ

କରଞ୍ଜିଆ,୮/୮ କରଞ୍ଜିଆସ୍ଥିତ ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷା ତଥା ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ ସଭାପତିତ୍ୱରେ ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଉପଜିଲ୍ଲାପାଳ ଡ଼.ରଜନୀକାନ୍ତ ବିଶ୍ୱାଳ, ଚିକିତ୍ସାଳୟର ଅଧିକ୍ଷକ ଡ଼.ଅକ୍ଷୟ କୁମାର ରଥ, ବିଡ଼ିଓ ଡ଼.ଶିବାଶିଷ ବରାଳ, ଡ଼.ଅନିତା ବାରିକ, ଚିକିତ୍ସାଳୟର ପରିଚାଳକ ଆଲୋକ କୁମାର ଗୋଛାୟତ, ପୂର୍ତ୍ତବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଇଂ ହରିହର ବେହେରା, ସହକାରୀ ବ୍ଲକ ଶିକ୍ଷାଧିକାରୀ ବିପିନ ବିହାରୀ ବାରିକ, ରୋଗୀ କଲ୍ୟାଣ ସମିତିର ସଭ୍ୟ ଗୌରୀଶଙ୍କର ସିହ୍ନା, ତ୍ରିଲୋଚନ ପତି, ସର୍ବେଶ୍ୱର ମିଶ୍ର, ଲତିକା ମହାନ୍ତ, ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀ ଏବଂ ଲାଇନ ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

ଆଲୋଚନା ସମୟରେ ଚିକିତ୍ସାଳୟର ସଫେଇ କାର୍ଯ୍ୟକୁ ହାତକୁ ନେଇଥିବା ଭୁବନେଶ୍ୱରର ସୁମିତ ଏଜେନ୍ସିର କାର୍ଯ୍ୟକଳାପ ନେଇ ବିଧାୟିକା ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଉକ୍ତ ଏଜେନ୍ସିର ମାଲିକଙ୍କୁ ତୁରନ୍ତ କାରଣ ଦର୍ଶାଓ ନୋଟିସ ଜାରି କରିବାପାଇଁ ଅଧିକ୍ଷକଙ୍କୁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ ।ଅଚଳ ହୋଇପଡିଥିବା ଅଲ୍ଟ୍ରାସାଉଣ୍ଡ ମେସିନକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ, ମାଆ ଓ ଶିଶୁ ଭବନରେ ଥିବା ଦୁଇଟି ଲିଫ୍ଟ ଅଚଳ ହୋଇପଡିଥିବା ଏବଂ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ କୋଠାଘରଗୁଡିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା, ଶବ ବ୍ୟବଚ୍ଛେଦ ଗୃହରେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ନୂତନ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେବା, ଚିକିତ୍ସାଳୟର ଦୁଇଟି ଆମ୍ବୁଲାନ୍ସ ଗାଡିର ତୁରନ୍ତ ମରାମତି କରିବା ପ୍ରଭୁତି ଉପରେ ଆଲୋଚନା ହୋଇ ପ୍ରସ୍ତାବ ପାରିତ ହୋଇଥିଲା ।ସମିତିର କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦ ବୈଠକ ପ୍ରତି ୩ ମାସରେ ଥରେ ଅନୁଷ୍ଠିତ ହେବାକଥା ମାତ୍ର ଦୀର୍ଘ ୮ ମାସ ପରେ ଏହି ବୈଠକ ହେଉଥିବା ଯୋଗୁଁ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ହେବାରେ ବାଧକ ହେଉଛି ।ଏହାବ୍ୟତୀତ ସମିତିର ବୈଠକରେ ଅନୁମୋଦିତ ହେଉଥିବା ପ୍ରସ୍ତାଵଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅଧିକ୍ଷକଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ

Comments are closed.