Odisha news

କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବିପର୍ଯ୍ୟସ୍ତ

୨/୮କରଞ୍ଜିଆ : ବର୍ତ୍ତମାନ ସରକାରଙ୍କ ନିୟମ ଅନୁସାରେ ଚିକିତ୍ସାଳୟ ଗୁଡ଼ିକର ବିଭିନ୍ନ କାର୍ଯ୍ୟ ତୁଲାଇବା ପାଇଁ ଘରୋଇ ସଂସ୍ଥାମାନଙ୍କୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ମା କନକ ଦୁର୍ଗା ଏଜେନ୍ସୀ, ଭୁବନେଶ୍ୱର ଟେଣ୍ଡର ନେଇ କରଞ୍ଜିଆ ଉପଖଣ୍ଡ ଚିକି୍ସାଳୟରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ମଧ୍ୟ ପାଇଥିଲା। ମାତ୍ର ଏଠାରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥିତ କରିବା ପରିବର୍ତ୍ତେ ବିପର୍ଯ୍ୟସ୍ତ ହେଉଥିବା ବିଷୟ ନଜରକୁ ଆସିଛି।ଏଠାରେ ମାସ ମାସ ଧରି ଚିକିତ୍ସାଳୟ ବର୍ଜ୍ୟବସ୍ତୁ ପଡ଼ିରହୁ ଥିବାବେଳେ ବର୍ଜ୍ୟବସ୍ତୁ ପରିଚାଳନ ହେଉ ନାହିଁ। ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କୁ ଦରମା ଠିକ୍ ସମୟରେ ମିଳୁନଥିବାରୁ କାର୍ଯ୍ୟରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି।
କର୍ମଚାରୀ ମାନଙ୍କ ନା ହୋଇଛି ଇନସୁରାନ୍ସ ନା ରଖାହେଉଛି ଇପିଏଫ୍ ବୋଲି କହିଛନ୍ତି କର୍ମଚାରୀ ପଞ୍ଚମୀ ମହାନ୍ତ ଓ ପୁର୍ଣ୍ଣଚନ୍ଦ୍ର ମହାନ୍ତ । କର୍ମଚାରୀ ମାନଙ୍କ ଅଭିଯୋଗ ଯେ ଏଜେନ୍ସୀର ଇନ୍ ଚାର୍ଜ ପ୍ରଦୀପ କୁମାର ପାତ୍ର ସେମାନଙ୍କୁ ତିରିଶ ଦିନ କାମ କରେଇ ମାତ୍ର ଛବିଶ ଦିନର ଦରମା ଦେଉଛନ୍ତି ଯାହା ନିତି ସଙ୍ଗତ ନୁହେଁ।ତାସହ କର୍ମୀ ମାନଙ୍କୁ କରୋନା ମହାମାରୀ ପ୍ରତିଷେଧକ ଗ୍ଲୋବ୍ସ ଓ ସାନିଟାଇଜର ବା ବର୍ଜ୍ୟବସ୍ତୁ ସଂଗ୍ରହ କରିବା ନିମିତ୍ତ କୌଣସି ଜରିବ୍ୟାଗ ମଧ୍ୟ ଦିଆ ଯାଉନାହିଁ, ଯାହାଦ୍ୱାରା ବର୍ଜ୍ୟବସ୍ତୁ ବୋହି ନପାରିବାରୁ ବାହାରେ ଏଣେତେଣେ ଗଦା ହୋଇ ପଡ଼ି ରହିଥିବା ଦୃଶ୍ୟ ମଧ୍ୟ ସାମନାକୁ ଆସୁଥାଇପାରେ ବୋଲି ସେମାନେ କହିଥିଲେ। ତେବେ ମା କନକ ଦୁର୍ଗା ଏଜେନ୍ସୀର ମାଲିକ ଚିତ୍ତରଞ୍ଜନ ଦାସଙ୍କୁ ଏବିଷୟରେ ପଚାରିବାରୁ ମୁଁ ଟଙ୍କା ନପାଇଲେ ଦେବି କେମିତି ବୋଲି ଏକ ନୈରାଶ୍ୟଜନକ ଉତ୍ତର ଦେଇଛନ୍ତି।ତେଣୁ ଏଯାଏଁ ସରକାର ଟଙ୍କା ଦେଇନଥିବାରୁ ଏପରି ବିପଯ୍ୟସ୍ତ ପରିସ୍ଥିତି ପାଇଁ ସରକାର ଦାୟି ବୋଲି ସେ ପ୍ରକାଶ କରିଥିଲେ।ଏଠାରେ ପ୍ରଶ୍ନ ଉଠେ ସରକାର ବେସରକାରୀ ସଂସ୍ଥା ଗୁଡ଼ିକୁ କାର୍ଯ୍ୟ ଦେଉଛନ୍ତି ମାତ୍ର ଟଙ୍କା ଦେବାର ଅବ୍ୟବସ୍ଥା କାହିଁକି

Comments are closed.