Odisha news

କରଞ୍ଜିଆ ଚମ୍ପିୟାନ୍ସ ଲିଗ୍୨୦୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ପ୍ରଥମ ଦିନର ଖେଳ ଗୁଡ଼ିକରେ ଜୟନ୍ତ ଇଲେଭେନ ଓ ଦିଲଖୁସ୍ ଇଲେଭେନ ବିଜୟୀ।

0

ପା ଞ୍ଚ ପୀଢ ୪/୧୧:ଗୁନା ଭାଇ ଓ ବାବୁନୀ ଭାଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କରଞ୍ଜିଆ ଷ୍ଟାଡିୟମ ଠାରେ କରଞ୍ଜିଆ ୟୁଥ୍ କ୍ଳବ୍ ଆନୁକୂଲ୍ୟରେ କରଞ୍ଜିଆ ଚମ୍ପିୟାନ୍ସ ଲିଗ୍ ୨୦୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ ଯୋଗଦାନ କରି କୃପାସିନ୍ଧୁ ମହାନ୍ତ ସବୁଜ ଅଂଶୁମାନ ମହାନ୍ତ, ମହେଶ୍ୱର ସାହା ଓ ଲକ୍ଷ୍ମୀକାନ୍ତ ରାମଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୮ଟି ଦଳ ରାଉଣ୍ଡ ରବିନ ଲିଗ୍ ରେ ୧୨ ଦିନ ଧରି ଖେଳିବେ ବୋଲି କରଞ୍ଜିଆ ୟୁଥ୍ କ୍ଳବ୍ ସଭାପତି ଜୟନ୍ତ ହେମ୍ବ୍ରମ ସୂଚନା ଦେଇଥିଲେ। ଆଜିର ପ୍ରଥମ ଖେଳ ଜୟନ୍ତ ଇଲେଭେନ ଓ କମାଣ୍ଡୋ କିଙ୍ଗସ୍ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜୟନ୍ତ ଇଲେଭେନ ଦଳ ଟସ ଜିଣି କମାଣ୍ଡୋ କିଙ୍ଗସ୍ ଏକାଦଶ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। କମାଣ୍ଡୋ କିଙ୍ଗସ୍ ଏକାଦଶ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୧୨୭ ରନ୍ କରିଥିଲା।ପ୍ରତି ଉତ୍ତରରେ ଜୟନ୍ତ ଇଲେଭେନ ଦଳ ୬ ୱିକେଟ ହରାଇ ୧୨୮ ରନ୍ କରି ବିଜୟ ଲାଭ କରିଥିଲା। ଦ୍ୱିତୀୟ ଖେଳ ଆଜାଦ୍ କ୍ଲବ ଓ ଦିଲଖୁସ୍ ଇଲେଭେନ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ଦିଲଖୁସ୍ ଇଲେଭେନ ଦଳ ପ୍ରଥମେ ବ୍ୟାଟିଂ କରି ୨ ୱିକେଟ ହରାଇ ୧୪୫ କରିଥିଲା ।ଆଜାଦ କ୍ଲବ ୫ ୱିକେଟ ହରାଇ ୧୩୯  ରନ କରି ପରାଜିତ ହୋଇଥିଲା।ଅମ୍ପାୟାର ଭାବେ ଦୂର୍ଗା ପଟ୍ଟନାୟକ ଓ ଜୟପ୍ରକାଶ ରାଉତ ଖେଳ ପରିଚାଳନା କରିଥିଲେ।ଭାଷ୍ୟକାର ଭାବେ ବୁବୁ ସିହ୍ନା ଭାଷ୍ୟ ପ୍ରଦାନ କରିଥିଲେ। ନଭେମ୍ବର ମାସ ୧୪ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ସମ୍ପାଦକ କଇନ ଖାନ୍ ସୂଚନା ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟ ପରିଚାଳନାରେ କରଞ୍ଜିଆ ୟୁଥ୍ କ୍ଳବ୍ ସଦସ୍ୟ ମାନେ ସହଯୋଗ କରିଥିଲେ।

Leave A Reply