Odisha news

କଣ୍ଟାପଡାରେ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

0

କଣ୍ଟାପଡା : ଆଜି କଣ୍ଟାପଡା ବ୍ଲକରେ ଚାଲିଥିବା କରୋନା ପ୍ରତିରୋଧ ଓ ସମ୍ପ୍ରତି ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କୁ କିପରି ଦେଖାଶୁଣା କରାଯାଉଛି ସେ ସମ୍ପର୍କରେ ସମୀକ୍ଷା କରିଛନ୍ତି ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ । ବ୍ଲକ ସମ୍ମିଳନୀ ଗୃହରେ ବିଧାୟକ ଏ ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ କାହାରି କଥାରେ ପ୍ରଭାବିତ ହୋଇ ସରକାରୀ ଅର୍ଥ ଅଯଥା ଖର୍ଚ୍ଚ ନକରିବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱାଇଁ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ନାୟକ, ବିତ୍ତ ଅଧିକାରୀ ନିବାସ ରାଉତ,ବିପିଏମ୍ ସୁରଜ ବେହେରା ଓ ଯୋଗାଣ ନିରୀକ୍ଷକ ନସୀମା ବେଗମ୍ ଙ୍କ ସହ ବ୍ଲକ୍ର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply