Odisha news

କଣ୍ଟାପଡା ପ୍ରେସ କ୍ଲବ କର୍ମକର୍ତ୍ତାଙ୍କ ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ଭର୍ଦ୍ଦିତ

0

କଣ୍ଟାପଡା: ମହାମାରୀ କରୋନା ଯୁଦ୍ଧରେ ସାମିଲ ହୋଇଥିବା କଣ୍ଟାପଡା ବ୍ଲକ୍ର ୫ ଜଣ ଡ୍ରାଇଭରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି କଣ୍ଟପଡା ପ୍ରେସ୍ କ୍ଲବ୍ କର୍ମକର୍ତ୍ତା ମାନଙ୍କ ଦ୍ୱାରା ।  ଆଜି କଣ୍ଟାପଡା ବ୍ଲକ୍ ପରିସରରେ ନିଆଳୀ ବିଧାୟକ ଡା. ପ୍ରମୋଦ କୁମାର ମଲ୍ଲିକ ଏହି ଗାଡି ଚାଳକଙ୍କୁ ପ୍ରେସ୍ କ୍ଲବ୍ ତରଫରୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ମନୋବଳ ବୃଦ୍ଧି ପାଇଁ ଉସôାହ ପ୍ରଦାନ କରିଥିଲେ । ତୁମ ମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ଓଡ଼ିଶା ବାସୀ କେବେ ଭୁଲିବେ ନାହିଁ ବୋଲି କହିଥିଲେ ।

ସମ୍ବର୍ଦ୍ଧିତ ହୋଇଥିବା ଏହି କରୋନା ଯୋଦ୍ଧା ମାନେ ହେଲେ ଡ୍ରାଇଭର ତ୍ରୀନାଥ ସାହୁ,ସନ୍ତୋଷ କୁମାର ଷଢଙ୍ଗୀ,ସନ୍ତୋଷ କୁମାର ସାହୁ,ବାପି ଭୋଇ,ଉଲ୍ଲାସ ସାହୁ ।  ଏତଦ୍ ବ୍ୟତୀତ କଣ୍ଟାପଡା ବିଡିଓ କେ.ଅଶୋକ କୁମାର କରୋନା ପ୍ରତିରୋଧ ପାଇଁ ଯେପରି ଦିନରାତି ଏକାକାର କରିଦେଇଛନ୍ତି ସେଥିପାଇଁ ସ୍ୱତନ୍ତ୍ର ଭାବେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନଜଣାଇ ଥିଲେ । କାର୍ଯ୍ୟକ୍ରମରେ କଣ୍ଟାପଡା ବ୍ଲକ ଅଧ୍ୟକ୍ଷା ସ୍ମିତାରାଣୀ ସ୍ୱରଇଁଙ୍କ ସହ ସାମ୍ବାଦିକ ରଘୁନାଥ ଆଚାର୍ଯ୍ୟ, ସୁରନାରାୟଣ ସାହୁ, ମହେଶ୍ୱର ପାତ୍ର, ଆର୍ତ୍ତତ୍ରାଣ ଦାସ, ବିଷ୍ଣୁ ଚରଣ ନାୟକ ଓ ସନାତନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।ôଲେ ।

Leave A Reply