Odisha news

ଆମ୍ଫାନ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଜରୁରୀ କାଳୀନ ବୈଠକ

0

ଯାଜପୁର:  ସମ୍ଭାବ୍ୟ ବାତ୍ୟା ଆମ୍ଫାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛି । ଶନିବାର ବାତ୍ୟା ଓଡ଼ିଶା ଉପରେ ପ୍ରଭାବ ବିସ୍ତାର କରିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଜଣାପଡ଼ିବା ପରେ ପ୍ରଶାସନ ମୁକାବିଲାକୁ ତୀବ୍ର କରିଛି । ବିଶେଷକରି ତଳୁଆ ଅଞ୍ଚଳ ଲୋକମାନଙ୍କ ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତ ବିଡ଼ିଓ ଓ ତହସିଲଦାର ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଶନିବାର ଅପରାହ୍ନରେ ଜିଲ୍ଲାପାଳ ଶ୍ରୀଦାସ ଭିଡ଼ିଓ କନ୍ଫେରେନ୍ସ୍ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର, ମେଡ଼ିକାଲ ଅଫିସର ଓ ଅନ୍ୟାନ୍ୟ ଅଧିକାରୀ ସହ ଆଲୋଚନା କରିଥିଲେ ।

ସେହିପରି ଏହି ଭିଡ଼ିଓ କନ୍ଫେରେନ୍ସ ପୂର୍ବରୁ ଜିଲ୍ଲାର ସମସ୍ତ ଜରୁରୀ କାଳୀନ ବିଭାଗର ଅଧିକାରୀ, କର୍ମ·ରୀ, ଅନ୍ୟାନ୍ୟ ଲାଇନ ଡିପାଟ୍ମେଣ୍ଟର ଅଧିକାରୀ ଓ ଜିଲ୍ଲାପାଳ କାର୍ଯ୍ୟଳୟର ଅଧିକାରୀ ମାନଙ୍କର ଏକ ଜରୁରୀ କାଳୀନ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଆମ୍ଫାନ ବାତ୍ୟାର ସଂପୂର୍ଣ୍ଣ ଗତିପଥି ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନଥିଲେ ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବାକୁଥିବା ଜିଲ୍ଲମାନଙ୍କୁ ସତର୍କ ରହିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।

ତେଣୁ ପ୍ରତ୍ୟେକ ବିଭାଗ ସତର୍କ ରହି ନିଜ ନିଜର ନିୟନ୍ତ୍ରଣ କକ୍ଷ ଖୋଲିବା, ଚବିଶ ଘଣ୍ଟିଆ କାର୍ଯ୍ୟାକ୍ଷମ କରାଇବା, ଜେସିବି ମେସିନ ଗୁଡ଼ିକୁ ରାଜପଥ ସନ୍ନିକଟ ବା ରାସ୍ତା ସନ୍ନିକଟ ନିରାପଦ ସ୍ଥାନରେ ରଖିବା ଯାହା ଫଳରେ ବାତ୍ୟା କମିବା ସଙ୍ଗେ ସଙ୍ଗେ ପଡ଼ିଥିବା ଗଛ, ଇଲେକ୍ଟ୍ରି ଖୁମ୍ବ ଇତ୍ୟାଦିକୁ ଅପସାରଣ କରିପାରିବା, ବିଦୁ୍ୟତ ବିଭାଗ ତତ୍ପରତା ସହ ବାତ୍ୟା ପରବର୍ତ୍ତୀ ବିଦୁ୍ୟତ ସଂଯୋଗ ପାଇଁ ପଦକ୍ଷେପ ନେବା, ଯୋଗାଣ ବିଭାଗ ଅତ୍ୟାବଶ୍ୟକୀୟ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବା, ଔଷଧ, ହାଲୋଜିନ ବଟିକା ପର୍ଯ୍ୟନ୍ତ ମହଜୁଦ ରଖିବା, ପାନୀୟ ଜଳର ବ୍ୟବସ୍ଥା କରିବା, ଗୋଖାଦ୍ୟ ମହଜୁଦ ରଖିବା, ·ଷୀ ମାନଙ୍କୁ ସେମାନଙ୍କର ଶସ୍ୟ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ କୃଷି ବିଭାଗ ସଚେତନ କରାଇଦେବା, ବର୍ଷା ଅଧିକ ଆଶାଙ୍କା ଥିବାରୁ ମଣ୍ଡିକୁ ଧାନ ବର୍ତ୍ତମାନ ନ ଆଣିବାକୁ କୃଷକ ମାନଙ୍କୁ ପରାମର୍ଶ ଦେବା, କଚ୍ଚା ବା ମାଟି ଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସଂପର୍କରେ ଜିଲ୍ଲାପାଳ ଗୁରୁତ୍ୱ ଦେବା ସହ ବିଭାଗୀୟ ଅଧିକାରୀମାନେ ଏହାର ସଫଳ ରୁପାୟନ ପାଇଁ ନିଦେ୍ର୍ଦଶ ଦେଇଥିଲେ ।

ଜିଲ୍ଳାର ୩୧୧ ଗୋଟି ପଞ୍ଚାୟତର ୧୮୬୬ ଗ୍ରାମ ଓ ୪୪ ଗୋଟି ପୌର ୱାର୍ଡ଼ ମଧ୍ୟରୁ ୨୪୯ ଗୋଟି ପଞ୍ଚାୟତର ୬୯୬ଟି ଗ୍ରାମ ଓ ୯ଟି ପୌର ୱାର୍ଡÿ ସ୍ପର୍ଶକାତରେ ଭାବେ ଚିହ୍ନଟ ହୋଇଛି । ଏବଂ ୧ ଲକ୍ଷ ୧୫ ହଜାର ୬୯୪ ଲୋକଙ୍କୁ ଅସୁରକ୍ଷିତ ଭାବେ ବିବେଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବାକୁ ତଥ୍ୟ ସଂଗ୍ରହ ହୋଇଛି ।

ତେବେ ସବୁକିଛି ବିପର୍ଯ୍ୟୟରେ ମୁକାବିଲା ପୂର୍ବରୁ ପ୍ରଶାସନ ଜନ ସହଯୋଗରେ କରି ଆସିଛି । ଚଳିତ ଆମ୍ଫାନ ବାତ୍ୟା ପାଇଁ ମଧ୍ୟ ଅନୁରୂପକ ସହାୟକ ଅଧିକାରୀ କର୍ମ·ରୀ ଓ ଲୋକମାନଙ୍କ ଠାରୁ ମିଳିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଅପର ପକ୍ଷରେ ଜନସାଧାରଣ ଅଯଥା ଭୟଭୀତ ନହେବା ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମିହିର ପ୍ରସାଦ ମହାନ୍ତି, ପୋଲିସ୍ ଏସ୍ଡ଼ିପିଓ ବିଜୟ କୁମାର ମଲ୍ଲିକ, ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀ ଲାଇନ ଡ଼ିପାଟ୍ମେଣ୍ଟର ମୁଖ୍ୟମାନେ ଯୋଗ ଦେଇଥିଲେ । ଜରୁରୀ ଅଧିକାରୀ ଉମେଶ ଲେଙ୍କା ସମସ୍ତଙ୍କୁ ସ୍ୱାଗତ କରିଥିଲାବେଳେ ଡି.ପି.ଏମ୍ ଦେବାଶିଷ ପ୍ରଧାନ ବୈଠକ ପରି·ଳନାରେ ସହଯୋଗ କରିଥିଲେ ।

Leave A Reply