Odisha news

ଅଡ଼ଶପୁର ବଜାରରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି

0

କଣ୍ଟାପଡ଼ା : କଣ୍ଟାପଡ଼ା ବ୍ଲକ ତଥା ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ମୁଖ୍ୟ ବଜାର ସମ୍ପୃକ୍ତ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବୃହତ୍ତମ ବ୍ୟବସାୟିକ କେନ୍ଦ୍ରଭାବେ ଜଣାଶୁଣା । ଏଠାରେ ରହିଛି ୪ଶହରୁ ଊଦ୍ଧ୍ୱର୍ ସଂଖ୍ୟକ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଓ ସାପ୍ତାହିକ ହାଟ । ଏତଦ ବ୍ୟତୀତ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ର, ବୈଷୟିକ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଜାତୀୟକରଣ ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଶିଳ୍ପାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଚିକିତ୍ସାଳୟ ଏବଂ ଶିକ୍ଷାନୁଷ୍ଠାନ । ଏହି ବଜାର ଉପରେ ନିକଟବର୍ତ୍ତି ୫୦ଟି ଗ୍ରାମର ଲୋକମାନେ ପ୍ରତ୍ୟକ୍ଷଭାବେ ନିଜର ଆବଶ୍ୟକତା ପାଇଁ ନିର୍ଭରଶୀଳ ରହିଥାନ୍ତି । ବର୍ଷର ପ୍ରତ୍ୟେକ ଦିନ ଏହି ବଜାର ଖୁବ ଚଳଚଞ୍ଚଳ ଓ ବ୍ୟସ୍ତବହୁଳ ରହୁଥିବା ଦେଖାଯାଏ । ମାତ୍ର ବର୍ଷା ଦିନେ ଏହାର ଅବସ୍ଥା ବେହାଲ ହୋଇଯାଏ । ବଜାର ସାରା ବର୍ଷା ପାଣିରେ ଉବୁଟୁବୁ ହେଉଥିଲାବେଳେ ଜଳ ନିଷ୍କାସନର ବ୍ୟବସ୍ଥା ନାହିଁ ।

ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥରେ ଥିବା ଅନ୍ୟାନ୍ୟ ପ୍ରମୁଖ ବଜାର ଯଥା ଚାରିଛକ, ନିଆଳି, କଣ୍ଟାପଡ଼ା, ଫୁଲନଖରା ଆଦି ବଜାରରେ ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇଥିଲେ ମଧ୍ୟ ଅଡ଼ଶପୁର ଭଳି ଜନାକୀର୍ଣ୍ଣ ସ୍ଥାନରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ବର୍ଷା ଦିନେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବ୍ୟବସାୟୀ, ଚାଷୀ ଏବଂ ରୋଗୀମାନେ ଯିବା ଆସିବା କରିବାରେ ଖୁବ ଅସୁବିଧା ଭୋଗୁଥିବା ଦେଖାଯାଏ । ଏହାର ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ବଜାରର ଉଭୟ ପାଶ୍ୱର୍ରେ ଡ୍ରେନ ନିର୍ମାଣ କରିବାକୁ ଅଡ଼ଶପୁର ବ୍ୟବସାୟୀ ସଂଘ ପକ୍ଷରୁ ଦାବି ହୋଇଛି । ଏ ନେଇ ମନମୋହନ ପଟ୍ଟନାୟକ ଓ ଅଭିମନୁ୍ୟ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଣ୍ଟାପଡ଼ା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଭେଟି ନିଜର ଦାବି ଜଣାଇବା ସହିତ ଏକ ସ୍ମାର ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ବର୍ଷା ଋତୁ ଆରମ୍ଭ ପୂର୍ବରୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ କର୍ମକର୍ତ୍ତା ଓ ବ୍ୟବସାୟୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ।

Leave A Reply