Odisha news

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗି ଯୋଜନାରେ ୧୦ଜଣ କୁକୁଡା ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ମହାରଥି

0

ପିପିଲି  : ପିପିଲି ପଂଚାୟତ ସମିତି ପରିସରରେ ଥିବା ବ୍ଲକ ଉପାଧ୍ୟକ୍ଷଙ୍କ ଅଫିସ କାର୍ଯ୍ୟାଳୟରେ ବିଧାୟକ ପ୍ରଦୀପ ମାହରଥୀଙ୍କ ଉପସ୍ଥିତିରେ ୧୦ଜଣ କୁକୁଡା ଚାଷୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ମିଳିଥିବା ସୁଚନା ମୁତାବକ ଗତ ମହାବାତ୍ୟା ଫନିରେ ଭାଙ୍ଗି ଯାଇଥିବା କୁକୁଡା ଚାଷୀଙ୍କ କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗି ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରାଣିବିଭାଗର ନିୟମ ମୁତାବକ ଯିଏ ଏହି ସହାୟତା ପାଇବା ପାଇଁ ମନୋନିତ ହୋଇଛନ୍ତି ସେମାନେ ଭାଙ୍ଗି ଯାଇଥିବା କୁକୁଡା ଘର ସମ୍ପୁର୍ଣ୍ଣ ନିର୍ମାଣ କରିବାପରେ ଏହି ସବ୍ସିଡି ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏହି କାର୍ଯ୍ୟାଦେଶ ବଣ୍ଟନରେ ବ୍ଲକ ପ୍ରାଣି ଚିକିତ୍ସାଧିକାରୀ ସୁରେଶ ଚନ୍ଦ୍ର ବେହେରା ଯୋଗଦେଇ କହିଛନ୍ତି ।ପିପିଲି ବ୍ଲକ ପ୍ରାଣି ଚିକିତ୍ସା ଅଧିନରେ ଥିବା ସମୁଦାୟ ୨୫୯ଜଣ ମଧ୍ୟରୁ ଜିଲ୍ଲା କାର୍ଯ୍ୟାଳୟରେ ୮୯ଜଣ ଏହି ନିୟମମୁତାବକ ସମସ୍ତ କାଗଜ ପତ୍ର ଦାଖଲ କରିଥିବା ବେଳେ ସେଥିରୁ ୭୦ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ ପାଇଁ ବ୍ଲକ ପ୍ରାଣି ଚିକିତ୍ସା ବିଭାଗ ଆସିଛି ।

ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ସାଂସଦ ପ୍ରତିନିଧି ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ,ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ,ବିଡିଓ ପିପିଲି ଗୈାରବମୟ ପ୍ରଧାନଙ୍କ ଉପସ୍ଥିତିରେ ୧୦ଜଣ କୁକୁଡା ଚାଷିଙ୍କୁ କାର୍ଯ୍ୟାଦେଶ ବିଧାୟକ ପ୍ରଦୀପ ମହାରଥୀ ପ୍ରଦାନ କରିଛନ୍ତି । ଏହି ଦଶ ଜଣଚାଷୀ ହରିହର ସ୍ୱାଇଁ,ଟୁକୁନା ଜେନା,ଦେବେନ୍ଦ୍ର ବେହେରା,ମହମ୍ମଦ ଜାହାଙ୍ଗିର,ବନଲତା ମିଶ୍ର,ସୋନାଲିନି ମିଶ୍ର,ପ୍ରଭାତ ଘଡେଇ,ବାସନ୍ତି ରଥ,ଲକ୍ଷ୍ମଣ ପ୍ରଧାନ,ସନ୍ତୋଷ ମିଶ୍ର ପ୍ରମୁଖ ରହିଥିବା ସରକାରୀ ନିୟମରେ ଜଣାପଡିଛି । ଚାଷୀମାନେ ସହାୟତା ରାଶି ପାଇବା ପାଇଁ ସେମାନେ ନିୟମ ମୁତାବକ ଭାଙ୍ଗି ଯାଇଥିବା କୁକୁଡା ଘରକୁ ସମ୍ପୁର୍ଣ୍ଣ କଲେ ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କାର ସବସିଡ୍ ସହାୟତା ପ୍ରଦାନ କରାଯିବ ବୋଲି ବ୍ଲକ ପ୍ରାଣି ଚିକିତ୍ସାଧିକାରୀ ଶ୍ରୀ ବେହେରାଙ୍କ ଠାରୁ ପ୍ରକାଶ

IEC 2 years
Leave A Reply