Odisha news

ସରକାରୀ ସହାୟତାକୁ କାଟିନେଲା ବ୍ୟାଙ୍କ

0

ଆଗରପଡ଼ା : କେନ୍ଦ୍ର ତଥା ରାଜ୍ୟସରକାରଙ୍କ ପକ୍ଷରୁ ଆର୍ଥୀକ ଅନଗ୍ରସର ପରିବାର ତଥା କୃଷକ, ଶ୍ରମଜୀବି ପରିବାରର ଉନ୍ନତି କୁ ଆଖିଆଗରେ ରଖି ଆର୍ଥୀକ ସହାୟତା ଯୋଗାଇ ଦିଆ ଯାଉଛି । ଗ୍ରାହକଙ୍କ ବ୍ୟାଙ୍କ ଜମାଖାତାରେ ଏହି ଅର୍ଥ ଜମାହେବା ମାତ୍ରେ ବ୍ୟାଙ୍କ ତରଫରୁ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଉପରେ ଥିବା ବ୍ୟାଙ୍କ ଋଣକୁ ଏହି ଅର୍ଥ ଭରଣା କରାଯିବା ଫଳରେ ସରକାରଙ୍କ ମୂଳ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ।

ଏପରିକି ଅନେକ କ୍ଷେତ୍ରରେ ଜିରୋ ବ୍ୟାଲେନ୍ସ ଖାତା ହୋଇ ନଥିଲେ ବ୍ୟାଙ୍କର ଅନ୍ୟାନ୍ୟ ଦେୟକୁ ମଧ୍ୟ ଏହି ଟଙ୍କାରୁ ଭରଣା କରାଯାଉ ଥିବାର ପରିଲକ୍ଷିତ ହୋଇଛି । ତେବେ ·ଷ କିମ୍ବା ଅନ୍ୟାନ୍ୟ ଯୋଜନାରେ ବ୍ୟାଙ୍କ ଦେଇଥିବା ଋଣ ନିମନ୍ତେ ଜମିବାଡ଼ି ସିକୁ୍ୟରିଟ ରଖିଥିଲେ ବି ସରକାରୀ ସାହାଯ୍ୟରୁ ଉକ୍ତ ଋଣକୁ ଭରଣା କରିବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଅପରପକ୍ଷେ ବ୍ୟାଙ୍କ ଦେଇଥିବା ଋଣ ଆଦାୟ ନିମନ୍ତେ କ୍ଷେତ୍ରକୁ ନ ଯାଇ ଅଫିସରେ ବସି ଟଙ୍କା ଆଦାୟ କରିବା ବ୍ୟାଙ୍କର ମହାଜନୀ ଚିନ୍ତାଧାରାର ପରି·ୟକ ହେଉଛି । ତେବେ ଗାଁ ମହାଜନ ଓ ବ୍ୟାଙ୍କ ମଧ୍ୟରେ ଫରକ କଣ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଆଗରପଡ଼ା ଷ୍ଟେଟବ୍ୟାଙ୍କ ଶାଖାରେ । ଏହି ବ୍ୟାଙ୍କରୁ ·ଷ ଋଣ ନେଇଥିବା ବଡ଼ମହିଷିଗୋଠର ଗତିକୃଷ୍ଣ ମିଶ୍ର, ଫକିର ନାଥ, ରମେଶ ଯେନା, ନରାଜପୁରର କମଳାକାନ୍ତ ଦାଶ, ଘଣ୍ଟଗଢିଆର ନାରଣ ଦାଶ ପ୍ରମୁଖଙ୍କ କ୍ଷେତ୍ରରେ ।

ତେବେ ସରକାର ଯେଉଁ ଉଦେ୍ଦଶ୍ୟ ନିମନ୍ତେ ସାହାଯ୍ୟ ଦେଉଛନ୍ତି ତାହା ଯେପରି ଠିକ ଭାବରେ ବିନିଯୋଗ ହୋଇପାରିବ ଅନ୍ୟ କୌଣସି କାର୍ଯ୍ୟରେ ଲଗାଯାଇ ପାରିବ ନାହିଁ ବୋଲି କଡ଼ା ନିଦେ୍ର୍ଦଶ ଥିବାବେଳ ବ୍ୟାଙ୍କ ମାନଙ୍କର ମାନସିକତା ବଦଳାଇବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave A Reply