Odisha news

କହ୍ନେଇକୁ ଭେଟିଲେ କଟକ ଉପଜିଲ୍ଲାପାଳ ଓ ସଦର ଏସ୍ଡିପିଓ ସ୍ଥାୟୀ ଥଇଥାନର ଦେଲେ ପ୍ରତିଶୃତି

0

କଣ୍ଟାପଡା: ସ୍ଥାନୀୟ ଏସ.ଭି ନିରତାରରେ ଦୁରାରୋଗ୍ୟ ନୁ୍ୟରୋ ଫାର୍ବୋ ମେଟାସିସ୍ ରୋଗରେ ପୀଡିତ ନାବାଳକ କହ୍ନେଇ ପଧାନକୁ ଆଜି ଭେଟିଛନ୍ତି ବହୁ ପ୍ରଶାସନୀକ ଅଧିକାରୀ । ସେମାନଙ୍କ ମଧ୍ୟରେ ଅଛନ୍ତି କଟକ ଉପ ଜିଲ୍ଲାପାଳ,କଟକ ସଦର ଏସଡିପିଓ,ଓଲଟପୁର ଓ ଗୋବିନ୍ଦପୁର ଥାନା ଅଧିକାରୀ । ଗତ ୧୭ ତାରିଖରେ ଜନଜାତୀ ସମ୍ପ୍ରଦାୟର ନାବାଳକ କହ୍ନେଇ ପ୍ରଧାନ ଗୋଡରେ ବିରଳ ଅସ୍ତ୍ରୋପଚାର ପରେ ନିରତାରରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଚିକିତ୍ସିତ ହେଉଛି । ଆଜି କଟକ ଜିଲ୍ଲାପାଳ ଶୁଭ୍ରାଂଶୁ ଶେଖର ରଥ କହ୍ନେଇକୁ ନିରତାରରେ ଭେଟିଥିବା ବେଳେ ତାଙ୍କ ସହ କଟକ ସଦର ଏସ୍ଡିପିଓ ସୁବାସ ଚନ୍ଦ୍ର ପଣ୍ଡା,ଓଲଟପୁର ଥାନା ଅଧିକାରୀ ଚନ୍ମୟିୟୀ ସାହୁ ଓ ଗୋବିନ୍ଦପୁର ଥାନା ଅଧିକାରୀ ମାନସ ମିଶ୍ର ସାମିଲ ହୋଇ କହ୍ନେଇକୁ ଭେଟିଥିଲେ । ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରଥ କହ୍ନେଇର ମା ମମତାଙ୍କ ସହ ପରିବାରର ସ୍ଥିତ ସମ୍ପର୍କରେ ଆଲୋଚନା କରିବା ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବାର ପ୍ରତିଶୃତି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.