Odisha news

ରାଜ୍ୟ ସ୍ତରୀୟ ମା ଶାରଳା କଳିଙ୍ଗ ଆଷ୍ଟ୍ରୋଲୋଜିକାଲ ସେମିନାର

0

ଜଗତସିଂହପୁର:ମା କନକ ଦୁର୍ଗା ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ମା ଶାରଳା କଳିଙ୍ଗ ଆଷ୍ଟ୍ରୋଲୋଜିକାଲ ସେମିନାର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ସେମିନାରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ପୁର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇ ଜ୍ୟୋର୍ତିବିଦ ମାନଙ୍କ ଗଣନା ଅନୁସାରେ ସଂସାରର ରିତୀନିତୀ ବାବଦରେ ଆମେ ଜାଣିପାରୁଛେ ।ରାଶି ଚକ୍ର,ଗ୍ରହ ନକ୍ଷତ୍ର ମାନଙ୍କର ସ୍ଥିତି,ଶୁଭ ସମୟ,ଶୁଭ ଲଗ୍ନ ଠାରୁ ଆରମ୍ଭ କରି ସମସ୍ତ ଦେବାଦେବୀଙ୍କ କାର୍ଯ୍ୟରେ ଜ୍ୟୋର୍ତିବିଦ ମାନଙ୍କର ଆବଶ୍ୟକତା ରହିଛି ।ତେଣୁ ଜ୍ୟୋତିଷ ଶାସ୍ତ୍ର ବିନା ଆମେ କିଛି କରିପାରୁନା ବୋଲି କହିଥିଲେ ।ମା କନକ ଦୁର୍ଗା ଚାରିଟେବୁଲ ଟ୍ରଷ୍ଟର ଚେୟାରମ୍ୟାନ ଜ୍ୟୋର୍ତିବିଦ କିଶୋର ନନ୍ଦ ଓ ଜ୍ୟୋର୍ତିବିଦ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଏହି ରାଜ୍ୟ ସ୍ତରୀୟ ସେମିନାରରେ ଅତିଥି ଭାବେ ଜଗତସିଂହପୁର ଏସଡିପିଓ ପ୍ରୀୟ ରଞ୍ଜନ ଶତପଥୀ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।ଏହି ସେମିନାରରେ ସମ୍ମାନିତ ଅତିଥି ଭାବେ ଜ୍ୟୋର୍ତିବିଦ ଶ୍ୟାମ ସୁନ୍ଦର ବାଘ,ଜ୍ୟୋର୍ତିବିଦ ମୃତ୍ୟୁଞ୍ଜୟ ଦାଶ,ଜ୍ୟୋର୍ତିବିଦ ପ୍ରମୋଦ କୁମାର ପଣ୍ଡା,ନରୋତ୍ତମ ଦାସ ପ୍ରମୁଖ ଯୋଗ ଦେଇ ଜ୍ୟୋତିଷ ଶାସ୍ତ୍ର ବାବଦରେ ବକ୍ତବ୍ୟ ରଖିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୫୦ରୁ ଅଧିକ ଜ୍ୟୋର୍ତିବିଦ ଯୋଗ ଦେଇଥିଲେ ।ଜିଲ୍ଲାରେ ପ୍ରଥମÿ ଥର କରି ଏହି ଜ୍ୟୋର୍ତିବିଦ ସେମିନାରରେ ବହୁ ବୁଦ୍ଧିଜୀବୀ,ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।

Govt
Leave A Reply