କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ସପ୍ନେଶ୍ୱର ଶିବ ମନ୍ଦିର ଉନ୍ନତି ପାଇଁ ୧ଲକ୍ଷ ୧ଶହ ଟଙ୍କା ଦାନ କରିଛନ୍ତି ନିକଟସ୍ଥ କଂସମୁଣ୍ଡା ଗ୍ରାମର ସୁଷମା ପ୍ରଧାନ ଓ ତାଙ୍କ ସ୍ୱାମୀ ପ୍ରତାପ ଚନ୍ଦ୍ର ପ୍ରଧାନ । ରବିବାର ମନ୍ଦିର ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁଷମାଙ୍କ ସ୍ୱାମୀ ପ୍ରତାପ ଚନ୍ଦ୍ର ପ୍ରଧାନ ୧ଲକ୍ଷ ୧ଶହଟଙ୍କାର ଏକ ଚେକ୍ ମନ୍ଦିର କମିଟି ସଭାପତି ସୁଧାକର ପ୍ରଧାନ, ସମ୍ପାଦକ ଦିବାକର ସାହୁଙ୍କୁ ମନ୍ଦିର ପୂଜକ ବାଳକୃଷ୍ଣ ମହାପାତ୍ର ଓମନ୍ଦିର କମିଟିର କର୍ମକର୍ତାଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ । କମିଟି ପକ୍ଷରୁ ଶ୍ରୀ ପ୍ରଧାନଙ୍କ ପରିବାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।