କୋଶଳା: ବାଲିପଟ୍ଟାରୁ ଗୋଳାସର ନିମ୍ନମାନର ରାସ୍ତାକାମ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣାଯାଏ ଯେ, ଆଜିକୁ ପ୍ରାୟ୬ ମାସ ପୂର୍ବରୁ ଏହି ରାସ୍ତାକାମ ଆରମ୍ଭ ହେଲାଣି । ରାସ୍ତାରେ ତିଆରି ଚାଲିଥିବା ପୋଲ ଗୁଡିକ ପାଇଁ ଅତି ନିମ୍ନମାନର ହେଉଛି ଏବଂ ସିମେଟଂ ଠିକ୍ ଭାବରେ ଦିଆଯାଉ ନାହିଁ । ଏଠାରେ କୋ÷ଣସି ସରକାରୀ କର୍ମଚାରୀ ତଥା ଜେ.ଇ, ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଦେଖା ମିଳୁନି ।
ଯାହା ଫଳରେ କଂଟ୍ରାକ୍ଟର ପୋଲକାମ କଂକ୍ରିଟ କାମ ରାତିରେ ଅତି ନିମ୍ନ ଭାଗରେ ତିଆରି କରୁଛନ୍ତି । ଲୋକଙ୍କ କହିବା କଥା କଂଟ୍ରାକ୍ଟର ଜେ.ଇ ଏବଂ ଆସିଷ୍ଟାଣ୍ଡ ଇଂଜିନିୟର ଙ୍କ କଥାରେ କଂକ୍ରିଟ କାମ ରାତିରେ କରୁଛି ନା ନିଜ ହିସାବରେ ରାତିରେ କରୁଛି? ସରକାରୀ ବାବୁ ମାନେ କଂଟ୍ରାକ୍ଟର କୁ ଏମିତି କାହିଁକି ନଜର ଦେଉନାହାଁନ୍ତି । ଜଣାଯାଏ ଯେ, କିଛି ଅସାଧୁ ଟାଉଟର ଲୋକଙ୍କୁ ଅସ୍ତ୍ର କରି ଗୁଣ୍ଡାରାଜ ଚଳାଇଛି । ସେଥି ମଧ୍ୟରୁ କିଛି ରାଜନେତା ଙ୍କୁ ଖାଇବା ପିଇବା ଦେଇକି ନିମ୍ନମାନର କଂକ୍ରିଟ କାମକୁ ଆଗେଇ ନେଉଛି । ଉକ୍ତ କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି ।