Odisha news

ବଙ୍ଗଳାଦେଶ ରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଆସିଲା କଙ୍ଗନା ଙ୍କ ପ୍ରତିକ୍ରିୟା : କହିଲେ ‘ ଅସ୍ତ୍ର ପ୍ରସ୍ତୁତ ରଖ’

0

ନୂଆଦିଲ୍ଲୀ : ବଙ୍ଗଳାଦେଶ ରେ ଶେଖ ହସିନା ଙ୍କ ସରକାର ଙ୍କ ଯିବାପରେ ଇସ୍ଲାମୀ କଟରପନ୍ଥୀ ମାନେ ହିନ୍ଦୁ ଙ୍କ ବିରୁଦ୍ଧରେ ହିଂସା ଚାଲିଛି l ଏହି ଆକ୍ରମଣ ରେ ବର୍ତମାନ ପର୍ଯ୍ୟନ୍ତ ଜଣେ ଶିକ୍ଷକ ଙ୍କ ସହିତ ୨ଜଣ ଲୋକଙ୍କର ମୃତ୍ୟୁ ହୋଇ ଯାଇଛି, ଯେବେକି ୪୫ ଜଣ ଲୋକେ ଆହତ ହୋଇ ଯାଇଛନ୍ତି l ମୁସଲମାନ ମାନେ ହିନ୍ଦୁ ମନ୍ଦିର ଗୁଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି l ଇତି ମଧ୍ୟରେ ବିଜେପି ସାଂସଦ କଙ୍ଗନା ରଣାବତ ଗୋଟିଏ ବଡ଼ ବୟାନ ଦେଇଛନ୍ତି l ସେ କହିଛନ୍ତି ବର୍ତମାନେ ଆମେ ଆମ ଦେଶକୁ କଟରପନ୍ଥୀ ମାନଙ୍କ ନିକଟରୁ ରକ୍ଷା କରିବା ଜାଗ୍ରତ ରହିବା ଜରୁରୀ l

କଙ୍ଗନା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ‘ଶାନ୍ତି କୌଣସି ବାୟୁ କିମ୍ବା ସୂର୍ଯ୍ୟଙ୍କ କିରଣ ନୁହେଁ , ଯାହା ବିଷୟରେ ଆପଣ ଭାବୁଛନ୍ତି ତାହା ଆପଣଙ୍କର ଜନ୍ମସିଦ୍ଧ ଅଧିକାର ଅଟେ ଏବଂ ଆପଣଙ୍କୁ ମାଗଣାରେ ମିଳିବ l ମହାଭାରତ ହେଉ କିମ୍ବା ରାମାୟଣ ଦୁନିଆର ଇତିହାସ ରେ ସବୁଠୁ ବଡ଼ ଯୁଦ୍ଧ ଥିଲା , ଯାହା ଶାନ୍ତି ପାଇଁ ହୋଇଥିଲା l ଆପଣମାନେ ନିଜର ଅସ୍ତ୍ର ଉଠାନ୍ତୁ ଏବଂ ଯୁଦ୍ଧ ଶୈଳୀ ର ଅଭ୍ୟାସ କରନ୍ତୁ l ଯଦି ଅଧିକ ନୁହେଁ ପ୍ରତିଦିନ ନିଜର ଆତ୍ମରକ୍ଷା ପାଇଁ ମାତ୍ର ୧୦ ମିନିଟ କରନ୍ତୁ l ବିଶ୍ୱାସରେ ସମର୍ପଣ କରିବା ପ୍ରେମ ଅଟେ, କିନ୍ତୁ ଭୟରେ ସମର୍ପଣ କରିବା ଗୋଟିଏ ଭୀରୁ ର କାର୍ଯ୍ୟ l ଇସ୍ରାଏଲ ଭଳି ଆମେ ମଧ୍ୟ ବର୍ତମାନ ଚରମପନ୍ଥୀ ଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଯାଇଛୁ l ତେଣୁ ଆମକୁ ଆମ ଭାଇ ମାନଙ୍କର ଏବଂ ନିଜ ଭୂମିର ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ l ‘

ଲୋକେ ମାଗୁଛନ୍ତି ସୁରକ୍ଷା –
ବଙ୍ଗଳାଦେଶ ରେ ଶେଖ ହସିଣ ଙ୍କ ଇସ୍ତଫା ପରେ ସେଠାରେ ଅଳ୍ପସଂଖ୍ୟକ ଙ୍କ ଉପରେ ଆକ୍ରମଣ ଚାଲିଛି l ଲୋକେ ନିଜ ସୁରକ୍ଷା ପାଇଁ ପ୍ରଦର୍ଶନ ଜାରି ରଖିଛନ୍ତି l ଏବଂ ହାତରେ ବଙ୍ଗାଳୀ ହେବାର ପୋଷ୍ଟର ଧରି ବୁଲୁଛନ୍ତି l
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୋସିଆଲ ମିଡିଆରେ ବଙ୍ଗଳାଦେଶ ରେ ଅଳ୍ପ ସଂଖ୍ୟକ ଓ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ଅପିଲ କରିଛନ୍ତି l ଅନ୍ୟ ପକ୍ଷରେ ବଙ୍ଗଳାଦେଶ ରେ ମହମ୍ମଦ ୟୁନୁସ ଶପଥ ନେବା ପରେ ଦେଶରେ ଲୋକତନ୍ତ୍ର, ନ୍ୟାୟ, ମାନବାଧିକାର କିପରି ଫେରିବ ତାହାକୁ ନେଇ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି l

Leave A Reply