Odisha news

ଦେଶୀ ଚିକିତ୍ସା : ଔଷଧୀୟ ଗୁଣରେ ଭରପୁର ଅଟେ କନିଅର ଫୁଲ, ଦେଇଥାଏ ଏହି ୫ଟି ରୋଗରୁ ମୁକ୍ତି  

0

କନିଅର ଫୁଲ ଭଗବାନ ବିଷ୍ଣୁଙ୍କ ର ଗୋଟିଏ ପ୍ରିୟ ଫୁଲ, ଏହି ଫୁଲଟି ତୁଳସି ସହିତ ବିଷ୍ଣୁଙ୍କୁ ଦେବା ଦ୍ୱାରା ବିଷ୍ଣୁ ଙ୍କ କୃପା ଲାଭ ହୋଇଥାଏ l ଆୟୁର୍ବେଦ ରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟ  ଦୂର କରିବା ପାଇଁ ବ୍ୟବହାର ହୋଇଥାଏ l ଏହା ଗୋଟିଏ ପ୍ରାକୃତିକ ବନସ୍ପତି ଅଟେ l ତେଣୁ ଚିକିତ୍ସା ପଦ୍ଧତିରେ ଏହାର ବଡ଼ ଯୋଗଦାନ ରହିଛି l

– କନିଅର ଫୁଲ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ଭରପୁର ଅଟେ l ଯେଉଁ କାରଣରୁ ବିଭିନ୍ନ ପ୍ରକାରର ଚର୍ମ ଜନିତ ରୋଗ ଦୂର ହୋଇଥାଏ l ଚର୍ମ ରୋଗ ପାଇଁ କନିଅର ଫୁଲ କୁ ବାଟି ତାହାକୁ ନଡ଼ିଆ ତେଲରେ ରାନ୍ଧି ଚର୍ମ ରୋଗ ହୋଇଥିବା ସ୍ଥାନରେ ଲଗାଇବା ଦ୍ୱାରା ଉପଶମ ମିଳିଥାଏ l

– ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ କାରଣରୁ କନିଅର ଫୁଲ ର ବ୍ୟବହାର ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ l କନିଅର ଫୁଲ କୁ ବାଟି ଫେସ ପ୍ୟାକ ଭାବରେ ମୁହଁ ରେ ଲଗାଇବା ଦ୍ୱାରା ମୁଖ ମଣ୍ଡଳ ର କାନ୍ତି ବୃଦ୍ଧି ହୋଇଥାଏ ଏବଂ ବ୍ରଣ ସମସ୍ୟା ଦୂର ହୋଇଥାଏ l

– କନିଅର ଫୁଲ ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ l ତେଣୁ ପିରିୟଡଶ ସମୟରେ କନିଅର ଫୁଲ କୁ କଢ଼ା ବନେଇ ପିଇବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ l

– ଯେଉଁ ଲୋକ ମାନଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳିଥାଏ ସେମାନଙ୍କ ପାଇଁ କନିଅର ଫୁଲ ର ପତ୍ର ଖୁବ ଲାଭ କାରୀ l ଆୟୁର୍ବେଦ ଅନୁସାରେ କନିଅର ପତ୍ର କୁ ଛେଚି ତାହାକୁ ସୋରିଷ ତେଲରେ ଗରମ କରି ଆଣ୍ଠୁ ଗଣ୍ଠି ରେ ମାଲିସ କରିବା ଦ୍ୱାରା ଯନ୍ତ୍ରଣା ରୁ ଉପଶମ ମିଳିଥାଏ l

– କନିଅର ଗଛର ଛାଲି ରେ ଜ୍ୱର ନାଶକ ଗୁଣ ରହିଥାଏ, ଯଦି କେହି ମେଲେରିଆ ଜ୍ବରରେ ପୀଡିତ ଅଛନ୍ତି କନିଅର ଗଛର ଛାଲି କୁ ପେଷି ସେଥିରେ ଗୋଟିଏ କଢ଼ା ପ୍ରସ୍ତୁତ କରନ୍ତୁ, ଏବଂ ଜ୍ୱର ରେ ପୀଡିତ ବ୍ୟକ୍ତିଙ୍କୁ ସେବନ କରିବାକୁ ଦିଅନ୍ତୁ l

Leave A Reply