କନ୍ଧମାଳ, ତା, ୦୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ରେ ବୁଲିଲା ବୁଲଡୋଜର । ରାସ୍ତା କଡ଼ରେ ବେଆଇନ୍ ଜବର ଦଖଲ କରି ଘର କରିଥିବା ଏବଂ ଦୋକାନ ମାନ କରି ଗୁଜୁରାଣ ମେଣ୍ଟାଉଥିବା ଦୋକାନ ଗୁଡ଼ିକ ଜିଲ୍ଲା ପ୍ରଶାସନ ରାଜସ୍ବ ବିଭାଗ ଓ ଫୁଲବାଣୀ ପୌର ପରିଷଦ ର ମିଳିତ ଉଦ୍ୟମ ରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ରାସ୍ତା କଡ଼ରେ ଥୂବା ଜାଗାରୁ ରାଞ୍ଚି ରୁ ବିଜୟାୱାଡ଼ା କରିଡ଼ର ଯେଉଁ ରାସ୍ତା ନିର୍ମାଣ ନିମନ୍ତେ ଯୋଜନା ରହିଛି ସେହି ରାସ୍ତା ସଂକୀର୍ଣ୍ଣ ହେଉଥିବା ହେତୁ ଜନ ସାଧାରଣ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ରାସ୍ତା ପ୍ରଶସ୍ତି କରଣ ଓ ଡ୍ରେନେଜ୍ ସକାଶେ ଆଜି ବୁଲୁଜର ଲଗାଇ ଭଙ୍ଗା ଯାଇ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ନିମନ୍ତେ ଜାତୀୟ ରାଜପଥ ନିୟନ୍ତ୍ରଣ (ଭୂମି ଓ ଟ୍ରାଫିକ ଆଇନ୍ ୨୦୦୨) ଧାରା ୨୬ ର ଉପଧାରା (୨) ଅନୁଯାୟୀ ଅଧୂକ୍ଷଣ ଯନ୍ତ୍ରୀ ଜାତୀୟ ରାଜପଥ ଡିଭିଜନ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଘର ଓ ଦୋକାନ କରିଥିବା ବ୍ୟକ୍ତି ମାନଙ୍କ ଅବଗତ ନିମନ୍ତେ ନୋଟିସ୍ କରାଯିବା ସହ ଡ଼ାକବାଜି ଯନ୍ତ୍ର ଦ୍ବାରା ଘୋଷଣା କରାଯାଇଥିଲା । ତା ୬/୨/୨୦୨୬ ରିଖ କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦିଷ୍ଟ ହୋଇଥିଲା। ଜ୍ୟୋତି ପ୍ରକାଶ ନାୟକ ତହସିଲଦାର୍ ଫିରିଙ୍ଗିଆ ଏକ୍ୟୁଜଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ଵ ନିର୍ବାହ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ପ୍ରଶାସନ ରାଜସ୍ବ ବିଭାଗ ପକ୍ଷରୁ ରାଜସ୍ବ ବିଭାଗ ଅତିରିକ୍ତ ତହସଲଦାର ଫୁଲବାଣୀ ସୋମକେସ୍ ନାୟକ, ଫୁଲବାଣୀ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧୂକାରୀ ସମରେଶ୍ ମହାନ୍ତି ଙ୍କର ଉପସ୍ଥିତ ରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୂକ୍ଷକ ଙ୍କ ନିର୍ଦ୍ଦେଶରେ ପୋଲିସ୍ ବାହିନୀ ର ସହଯୋଗ ରେ ରାସ୍ତାର ଦୁଇ ପାର୍ଶ୍ଵରେ ଭଙ୍ଗା ରୁଜା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବାସ ଗୃହ ଓ ଦୋକାନ ଘର ଭଙ୍ଗା କାର୍ଯ୍ୟ ଚାଲିଥିବା ବେଳେ ଗରିବ ଲୋକ ମାନେ ବୁକୁ ଫଟା କ୍ରନ୍ଦନ କରୁଥିବା ଦେଖିବାକୁ ମିଳିଛି । ମହିଳା ମାନେ ଆମ ଘର ଭାଙ୍ଗ ନାହିଁ ଆମେ ବାସ ହରା ହେଇଯିବୁ ବୋଲି ଗୁହାରି କରି ଜେ ସି ବି ଗାଡ଼ି ସମ୍ମୁଖ ରେ ଶୋଇପଡି ପ୍ରତିବାଦ କରିଥିଲେ। ସେହି ସମୟ ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସନ୍ଧ୍ୟା ୫ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ରାସ୍ତା କଡ଼ରେ ଦୋକାନ ଟିଏ କରି ନିଜ ପରିବାର ପ୍ରତିପୋଷଣ କରିବା ବ୍ୟକ୍ତିର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ରାସ୍ତା କଡ଼ରେ ଘର ଟିଏ କରିଥିବା ଗରିବ ଲୋକ ଟି ବାସହୀନ ହୋଇଯିବ ଏହି ମାନଙ୍କୁ ସରକାର ଙ୍କ ପକ୍ଷରୁ ଆର୍ଥିକ କ୍ଷତି ପୂରଣ ପ୍ରଦାନ କରିବାର ଆବଶ୍ୟକତା ରହିଛି ଏହି ମାନଙ୍କୁ ଥଇଥାନ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି । ମାଦିକୁନ୍ଦା ଠାରୁ ଗାନ୍ଧୀ ଛକ ଯାଏଁ ରାସ୍ତା କଡ଼ରେ ଥିବା ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଫୁଲବାଣୀ ଅତିରିକ୍ତ ତହସିଲଦାର ସୋମକେସ୍ ନାୟକ ସୂଚନା ଦେଇଛନ୍ତି।