କନ୍ଧମାଳ ,୨୨ ଜୁଲାଇ : ଆଜିଠାରୁ କନ୍ଧମାଳର ସମସ୍ତ ବ୍ୟାଙ୍କ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜିଲାରେ ଥିବା ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଏବଂ ଅଧିକାରୀ ମାନଙ୍କର ଅମାନିଆଁ ପଣିଆ ଯୋଗୁଁ ସେମାନେ ବିଭିନ୍ନ ହଟସ୍ପଟ୍ ଅଂଚଳରୁ ଫେରିବାପରେ ସେମାନେ ଜିଲାରେ ବିଭିନ୍ନ ଲୋକଙ୍କର ସଂସ୍ପର୍ଶରେ ଆସିବାରୁ ଜିଲାରେ ସଂକ୍ରମଣର ପ୍ରବଳ ଆଶଙ୍କା ଥିବାରୁ ଜିଲାରେ ଥିବା ସମସ୍ତ ବ୍ୟଙ୍କ ଗୁଡିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଏହାସହିତ ଜିଲାରେ ଥିବା ସମସ୍ତବ୍ୟାଙ୍କର ଶାଖା ଗୁଡିକ ସାନିଟାଇଜ କରିବାକୁ ତଥା ସମସ୍ତ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଏହି ୭ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ଜିଲା ପ୍ରଶାସନ ତରଫରୁ । ସେମାନଙ୍କ ମଧ୍ୟରୁ କୌଣସି କର୍ମଚାରୀ ମାନଙ୍କର କରୋନା ଲକ୍ଷଣ ଦେଖା ଗଲେ ସେମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇ ନିଜର ସ୍ୱାପ ଟେଷ୍ଟ୍ କରାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ଅବଧି ମଧ୍ୟରେ କୌଣସି କର୍ମଚାରୀ ଜିଲା ବାହାରକୁ ଯାଇପାରିବେ ନାହିଁ । ଜିଲାରେ ଗ୍ରାହକ ମାନେ ଯେପରି ହଇରାଣ ନହୁଅନ୍ତି ସେଥିପାଇଁ ଏଟିଏମ କାଉଣ୍ଟର ଗୁଡିକରେ ଟଙ୍କା ଗଛିତ ରଖିବାକୁ କୁହାଯାଇଛି । ୭ ଦିନପରେ ବ୍ୟାଙ୍କ ଖୋଲିବାପରେ ଶାଖାରେ ଥିବା ୫୦ ପ୍ରତିଶତ କର୍ମଚାରୀ ମାନଙ୍କୁ ନେଇ କାର୍ଯ୍ୟ କରିବାକୁ ମଧ୍ୟ କୁହାଯାଇଛି । ଯେଉଁ ଅଂଚଳ ଗୁଡିକ କଣ୍ଟେନମେଣ୍ଟ ଜୋନ ଘୋଷିତ କରାଯାଇଛି । ସେହି ଅଂଚଳ ଗୁଡିକରେ କଣ୍ଟେନମେଣ୍ଟ ଜୋନ ଉଠିବାପର୍ଯ୍ୟନ୍ତ ବ୍ୟାଙ୍କ ସବୁ ବନ୍ଦ ରହିବ । ସେଠାରେ କଣ୍ଟେନମେଣ୍ଟ ଉଠିବାପରେ ସେଠାରେ କର୍ମଚାରୀ ମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ରଖି କାର୍ଯ୍ୟ କରିବେ ବୋଲି କୁହାଯାଇଛି । ସହେି ପରି ୭ ଦିନପରେ ସମସ୍ତ କର୍ମଚାରୀ ହୋମ କ୍ୱାରେଣ୍ଟାଇନରେ ରହିଥିବା ନିଶ୍ଚିତ କରିବା ସହିତ ଜିଲାପାଳଙ୍କୁ ଅବଗତ କରାଇବା ନେଇ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏହି ନିୟମକୁ ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ମଧ୍ୟ କୁହାଯାଇଛି ।