ଖୋର୍ଦ୍ଧା,୨୦ା୭: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଡ୍ୟୁଟି ବଂଟାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ଲାଗି ରହିଛି ବିବାଦ । କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ପ୍ରରୋଚନାରେ ଏ ବିବାଦ ବେଳକୁ ବେଳ ବଡୁଥିବାବେଳେ ମେଡିକାଲରେ ବିଭାଗୀୟ ହାଲକା ଡ଼୍ୟୁଟି ପାଇଁ ପ୍ରତ୍ୟେକ ଦିନ ଗୋଟିଏ ଗୋଷ୍ଠିର କିଛି କର୍ମଚାରୀସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଲବି କରିବା, ଡ୍ୟୁଟି ଅଧାରୁ ହସ୍ପିଟାଲ ରୁ ବାହାରି ବିଧାୟକଙ୍କ ନିକଟକୁ ଯାଇ ଉକ୍ତ କାର୍ଯ୍ୟ ପାଇଁ ଚାପ ପ୍ରୟୋଗ କରିବା ଘଟଣା ଏବେ ସହର ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନାଯୋଗ୍ୟ, ଏନଏଚଏମ ଓ ରାଜ୍ୟ ସରକାରଙ୍କ ଅଧିନରେ ଦୁଇ ବିଭାଗୀୟ ଷ୍ଟାଫ ନର୍ସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରନ୍ତି । ତେବେ କିଛିଦିନ ହେଲା ଏନଏଚଏମ ଷ୍ଟାଫ ନର୍ସମାନେ କରୁଥିବା ଡ୍ୟୁଟି ସ୍ଥାନ ରେ ରାଜ୍ୟସରକାରଙ୍କ ଅଧିନରେ ରହି କାର୍ଯ୍ୟକରୁଥିବା ନର୍ସମାନଙ୍କୁ ଡ୍ୟୁଟି ଦେବାଲାଗି ଖୋଦ ଆସିଷ୍ଟାଣ୍ଡ ମ୍ୟାର୍ଟନ ତାଙ୍କ ଦଳବଳ ଧରି ବିଧାୟକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଚାପ ପ୍ରୟୋଗ କରିଆସୁଛନ୍ତି । ଫଳରେ ଆସିଷ୍ଟାଣ୍ଡ ମ୍ୟାର୍ଟନ ଙ୍କ ଏଭଳି କାର୍ଯ୍ୟକଳାପରେ ଡାକ୍ତରଖାନାରେ ନର୍ସମାନଙ୍କ ମଧ୍ୟରେ ଦୁଇଭାଗ ହୋଇଥିବା କିଛି କର୍ମଚାରୀ ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି । ଏପରିକି ଆସିଷ୍ଟାଣ୍ଡ ମ୍ୟାର୍ଟନଙ୍କର ଯିଏ ବୋଲ କରିବା ସେ ସୁବିଧା ଡ୍ୟୁଟି ପାଉଛି ବୋଲି ଏବେ ମେଡିକାଲରେ ଚର୍ଚ୍ଚା ହେଲାଣି ।
କେବଳ ଷ୍ଟାଫ ନର୍ସ ନୁହେଁ ବରଂ ଆଟେନାଂଟଙ୍କ ମଧ୍ୟରେ ମଧ୍ୟ ଏହା ଜାହିର କରାଯାଉଛି । ପ୍ରକାଶଥାଉକି, ଗତ ୨୮.୪.୨୦୨୦ ଖୋର୍ଦ୍ଧା ବିଧାୟକଙ୍କ ଚିଠି ନଂ ୨୯୮୯ରେ ନର୍ସମାନଙ୍କ ଡ଼୍ୟୁଟି ବଦଳ ସମ୍ପର୍କରେ ସ୍ଥାନୀୟ ବିଧାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଏକ ପତ୍ର ପ୍ରଦାନ କରିଥିଲେ । ସେହିପରି ଡିଏମଓ(ମେଡିକାଲ) ଚିଠି ନଂ ୯୪୫ ତା ୨୭.୫.୨୦୨୦ରେ ମଧ୍ୟ ଏନେଇ ଏକ ଚିଠି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ପ୍ରଦାନ କରିଥିଲେ । ତେବେ ପରବର୍ତୀ ମୁହୁର୍ତରେ ଏ ସମ୍ପର୍କିତ କିଛି ସାଧାରଣ ବ୍ୟକ୍ତି ଖବର ପାଇ ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ । ବିଧାୟକ ଏହାକୁ ଗୁରୁତର ସହ ବିଚାରକରି ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଫୋନ ମାଧ୍ୟମରେ ଦେଇଥିବା ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପରାମର୍ଶ ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା. ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି । ବିଧାୟକଙ୍କ ଅସୁସ୍ଥତା ଯୋଗୁ କିଛି ବ୍ୟକ୍ତ ନିଜକୁ ବିଧାୟକଙ୍କ ପ୍ରତିନିଧି କହି ଏହାର ଫାଇଦା ଉଠାଉଛନ୍ତି । ତେବେ ବିଧାୟକଙ୍କୁ ପଚାରିବାରେ ତାଙ୍କର କେହି ପ୍ରତିନିଧି ନାହାନ୍ତି ବୋଲି ରୋକଠୋକ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ପ୍ରକାଶ କରିଛନ୍ତି ।
ତେବେ ହସ୍ପିଟାଲରେ କାର୍ଯ୍ୟରତ ଦୁଇଜଣ ଷ୍ଟାଫନର୍ସଙ୍କର କାର୍ଯ୍ୟ ରେ ଯୋଗଦେବା ସମୟ ବିଳମ୍ବ ହେଉଥିବା ଯୋଗୁ ତାଙ୍କ ସ୍ୱାମୀ ପୂର୍ବରୁ ଆସି ରୁମ୍ ର ଚାବି ଖୋଲି ବସି ସେଠାରେ ନିଜର ପତିଆରା ଦେଖାଉଥିବା କେତେକ କର୍ମଚାରୀ ଅଭିଯୋଗ କରିଛନ୍ତି ।