କଣାସ ୧୦/୦୨/୨୦୨୩ : ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ସାନପୁଟ ପଞ୍ଚାୟତ ହଲଦିଆପଡ଼ା ସ୍ଥିତ ଦୟା ନଦୀରେ ଡ଼ିନାମାଇଟ ବିସ୍ପୋରଣ ବେଳେ ୫ଗିରଫ । ଖବର ନେବାରେ ଜଣାପଡିଛି ଦୟାନଦୀରେ ଅଭିନବ ଉପାୟରେ ମାଛ ମାରିବା ପାଇଁ ଦୃବୁତମାନେ ଡ଼ିନାମାଇଟ ବ୍ଲାଷ୍ଟିଂ କରିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ମନ୍ଦାରବସ୍ଥ ଫାଣ୍ଡି ଅଧିକାରୀ ତୁଷାରକାନ୍ତ ନାୟକ ଓ ତାଙ୍କ ସହଯୋଗି ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ୫ ଯୁବକଙ୍କୁ କାବୁ କରି ନେଇଥିଲେ ।
ଦୀର୍ଘ ଦିନ ହେବ ଦୟା ନଦୀରେ ଆଖ ପାଖ ଗ୍ରାମ ଓ ବାହାରୁ ଦୃବୁତମାନେ ଆସି ମାଛ ମାରିବା ପାଇଁ ଡ଼ିନାମାଇଟ ବିସ୍ପୋରଣ କରୁଥିଲେ ।ଯାହା ଦ୍ଵାରା ଦୟା ନଦୀ ପାଣି ଦୂଷିତ ହେବା ସହିତ ଅନେକ ଜଳଚର ପ୍ରାଣୀକର ମୃତ୍ୟୁ ଘଟୁଛି ।ତତ୍ ସହିତ ଏହି ବିସ୍ପୋରଣ ଦ୍ଵାରା ପାନୀୟ ଜଳ ସମ୍ପୂର୍ଣ ଭାବରେ ଦୂଷିତ ହେବା ସହ ଏହି ଜଳକୁ ଲୋକମାନେ ବେଵହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି ।
ବିଶେଷ କରି ବନ୍ୟା ସମୟରେ ନଦୀବନ୍ଧ ଅତଡା ଖସିବା ସହ ଅନେକ ସ୍ଥାନରେ ଘଳିଆ ପଡ଼ି ଘାଇ ସୃଷ୍ଟି ହେଉଛି ଫଳରେ ଧନ ଜୀବନ ନଷ୍ଟ ହେବା ସହ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।ଆଜି ଦୟା ନଦୀରେ ବିଷ୍ପୋରଣ ସମୟରେ ପୁଲିସ ଗୋଠବଣିଆ ଶବର ସାହିର ଜଟଣୀର ମାନସ ନାୟକ (୨୭) ,ରମେଶ ନାୟକ(୨୨),ଅନନ୍ତ ବଢେଇ(୨୨),ଦେବେନ୍ଦ୍ର ଦେହୁରୀ(୨୫)ଓ ଅମିତି ଦେହୁରୀ (୨୧)କୁ ଗିରଫ କରିବାସହ ତାଙ୍କ ଠାରୁ ୨ଟି ବାଇକ୍ ବିସ୍ପୋରକ ଦ୍ରବ୍ୟ ଜବତ କରାଯାଇଛି ।ଏ ସଂକ୍ରାନ୍ତରେ କଣାସ ଥାନା କେସ ନମ୍ୱର୍ ୨୪/୨୦୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଣାସ ଥାନା ଅଧିକାରୀ ସୁଜିତ କୁମାର ଦାସ କହିଛନ୍ତି ।
