Odisha news

କାକଟପୁର ନିର୍ବାଚନ ମଣ୍ଡଳୀ ବିଜେପି ସଞ୍ଚାଳନ ସମିତି ବୈଠକ।

0

କାକଟପୁର- ୧୦/୨     କାକଟପୁର ବିଜେପି କାର୍ଯ୍ୟାଳୟ ପରିସରରେ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ଓଝାଙ୍କ ସଭାପତିତ୍ବରେ ସଞ୍ଚାଳନ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଗତସିଂହପୁର ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ପୂର୍ବତନ ବିଧାୟକ ରବିନ୍ଦ୍ର ମଲ୍ଲିକ ଓ ବାଇଧର ମଲ୍ଲିକ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସଂଚାଳନ କମିଟିର ସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି କେନ୍ଦ୍ର ସରକାରଙ୍କ ସକାରାତ୍ମକ କାର୍ଯ୍ୟକ୍ରମ ଉପରେ ଘରଘର ବୁଲି ଲୋକମାନଙ୍କୁ ବୁଝାଇବା ସହ ରାଜ୍ୟ ସରକାରଙ୍କ ନକାରାତ୍ମକ କାର୍ଯ୍ୟ ଶୈଳୀ  ଓ  ଦଳୀୟ ଭିର୍ତ୍ତିରେ ଅଯୋଗ୍ୟ ହିତାଧୀକାରୀ ମାନଙ୍କୁ ଯୋଗ୍ୟ କରାଇ ଯୋଜନାକୁ ବାଟବଣା କରାଉଥିବା ଉପରେ ଜନସଚେତନତା ସୃଷ୍ଟି କରିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବିଜେପି ଉପସଭାପତି ରତିକାନ୍ତ ବେହେରା(ଟୁଟୁଭାଇ ), ସଂଯୋଜକ ରଣଜିତ୍ ରାଉତରାୟ,ବିସ୍ଥାରକ ତ୍ରିନାଥ ବରାଳ, ରାଜଲକ୍ଷ୍ମୀ ଦାଶ, ଈଶ୍ଵର ବେହେରା,୭ନଂ ମଣ୍ଡଳ ସଭାପତି ଉପେନ୍ଦ୍ର ସୁବୁଦ୍ଧି, ସମେତ ଶତାଧିକ ବିଜେପି କର୍ମକର୍ତ୍ତା ମାନେ ବୈଠକରେ ଯୋଗ ଦେଇଥିଲେ।

Nalco
Leave A Reply