Odisha news

କଣାସ ପୋଲିସ ଦ୍ୱାରା ୭ଲକ୍ଷ ଟଙ୍କାର ନକଲି ମାଦକଦ୍ରବ୍ୟ ଜବତ

0

କଣାସ:୨୧/୧୧/୨୨ :  ଦୀର୍ଘଦିନ ହେବ କଣାସ ଅଂଚଳରେ ନକଲି ମାଦକ ବେପାରୀଙ୍କର ପାଦ୍ରୁଭାବ ବଢ଼ିବାରେ ଲାଗିଛି। ଗ୍ରାହକଙ୍କ ଠାରୁ ଅଶଲି ଜିନିଷ କହି ନକଲି ଜର୍ଦା, ଖଇନି ଓ ଗୋପାଳ ଇତ୍ୟାଦି ଅନେକ ମାଦକ ଦ୍ରବ୍ୟକୁ ଚଢା ଦାମରେ ବେପାରିମାନେ ବିକ୍ରିକରି ମାଲାମାଲ ହେବାରେ ଲାଗିଛନ୍ତି। ଚୋର ଘର ସବୁବେଳେ ଅନ୍ଧାର ନଥାଏ ।ଏ ବିଷୟରେ ବିଶେଷ ସୂତ୍ରରୁ ଖବରପାଇ କଣାସ ଥାନା ଅଧିକାରୀ ସୁଜିତ କୁମାର ଦାସ ସଦଳ ବଳେ କଣାସ ଅଂଚଳର କଣାସ ଓ ମନ୍ଦାରବସ୍ତ ରୁ ପ୍ରାୟ ଦେଢ଼ କୁଇଣ୍ଟାଲ ମାଦକ ଦ୍ରବ୍ୟ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ହେବ ।

ଏହି ଅନୈତିକ କାର୍ଯ୍ୟରେ ଲିପ୍ତଥିବା ୩ଜଣଙ୍କୁ କଣାସ ଥାନା କେଶ ନମ୍ବର ୨୧୬/୨୨ ଆଜି କୋଟ ଚାଲାଣ କରାଯାଇଛି। ଏମାନେ ହେଲେ କଣାସ ହାଟବଜାରର ଲଲାଟ ସାହୁ ୭ବସ୍ତା, ମନ୍ଦାରବସ୍ତ ବାହା ବଜାରର ପଞ୍ଚାନନ ମହାପାତ୍ର ୨ବସ୍ତା ଓ କଣାସ ବସଷ୍ଟାଣ୍ଡ ବଜାରର ଶିବଶକ୍ତି ଦୋକାନୀ ବିକ୍ରମ ସାହୁ ୧ ବସ୍ତା ।ପ୍ରକାଶ ଥାଉକି ଏମାନଙ୍କଭଳି ଆହୁରି ଅନେକ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଜେଲ ଜୋରିମାନା କରାଯିବ ବୋଲି କଣାସ ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି।

Nalco
Leave A Reply