ପୁରୀ ଜିଲ୍ଲା କଣାସ ବ୍ଲକ ଦେଇ ପ୍ରଭାବିତ ହୋଇଥିବା ଲୁଣା ନଦୀ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି ।ଖନନ ମାଟିକୁ ନଦୀ ଗର୍ଭରେ ପକାଇବାକୁ ନିଳାଞ୍ଚଳ କୃଷକ ମହାସଂଘ ପୁରୀ ଉପଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ ।ଅଭିଯୋଗପରେ ଉପଜିଲ୍ଲାପାଳ ତହସିଲଦାର କଣାସ ଡ଼େଲାଙ୍ଗ ଓ ବିଭାଗୀୟ ଯନ୍ତ୍ରୀ ଖନନ କରୁଥିବା ରିଚ ଡ୍ରେଜିଙ୍ଗ କମ୍ପାନୀକୁ ବୁଧବାର ଦିନ ସମ୍ନାସାମ୍ନି ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ନିର୍ଦ୍ଦେଶ ଅନୁସାରର କଣାସ ତହସିଲଦାର ଲକ୍ଷ୍ମୀନ୍ଧର ମହାରଣା,ଡ଼େଲାଙ୍ଗ ତହସିଲଦାର, ନିଳାଞ୍ଚଳ କୃଷକ ମହାସଂଘ ସଭାପତି ଗୋପୀନାଥ ମିଶ୍ର,ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଜେନା,ଓଡିଶା ନିର୍ମାଣ ନିଗମ ଲିମିଟେଡ଼ର ପରିଚାଳକ ଓ ଖେତିଗ୍ରସ୍ଥ ଚାଷୀ ଖନନ କାର୍ଯ୍ୟକୁ ପରିଦର୍ଶନ କରିଥିଲେ ।ବାସ୍ତବରେ ଖନନ କାର୍ଯ୍ୟ ସଠିକ ଭାବରେ ହେଇନଥିବା ସମସ୍ତେ ଅନୁଭବ କରିଥିଲେ ।ଏନେଇ ଖୁବଶୀଘ୍ର ପୁରୀ ଜିଲ୍ଲାପାଳଙ୍କୁ ଏକ ତଦନ୍ତ ରିପୋର୍ଟ ଦିଆଯିବ ବୋଲି ଦୁଇ ତହସିଲଦାର କହିଥିଲେ ।ଅଞ୍ଚଳର ବୃହତ୍ତର ସ୍ୱାର୍ଥ ପାଇଁ ଠିକା ସଂସ୍ଥା ସଠିକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିର୍ବାହୀ ଯନ୍ତ୍ରୀ କହିଥିବା ବେଳେ କିନ୍ତୁ ଠିକାଦାର ସଠିକ କାର୍ଯ୍ୟ କରୁନଥିବା ଯନ୍ତ୍ରୀ କହିଛନ୍ତି ।ଡ଼େଲାଙ୍ଗ ଠାରୁ କଣାସ ପର୍ଯ୍ୟନ୍ତ ଲୁଣାନଦୀରେ ଲକ୍ଷ ଲକ୍ଷ ଟଙ୍କା ବେୟରେ ନଦୀ କାର୍ଯ୍ୟ ଖନନ କରାଯାଉଥିଲେ ମଧ୍ୟ ନଦୀ ଖୋଳାଯାଇ ନଦୀ ଭିତରେ ମାଟି ପଡୁଥିବାରୁ ବାରମ୍ବାର ଅଭିଯୋଗ ହୋଇଆସିଛି ।କେତେକ ବେକ୍ତି ନିଜ ସ୍ୱାର୍ଥ ସାଧନ ପାଇଁ ଠିକାଦାର ସହ ହାତ ମେଳାଇ ଅର୍ଥ ହଡପ କରିବା ପାଇଁ ବସିଥିବା ଗୁରୁତର ଅଭିଯୋଗ ହୋଇଛି । ଅଞ୍ଚଳର ଉର୍ଣ୍ଣତି ପାଇଁ ଏବଂ କଣାସ ଓ ଡ଼େଲାଙ୍ଗ ଅଞ୍ଚଳର ବନ୍ୟାଜଳ ନିଷ୍କାସନ ସଠିକ ନଦୀ ଖନନ ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ନିଳାଞ୍ଚଳ କୃଷକ ମହାସଂଘ ଓ ଅଞ୍ଚଳବାସୀ ଦାବି କରିଛନ୍ତି ।।