Odisha news

ଶିକ୍ଷା କାର୍ଯ୍ୟକ୍ରମ ରେ ସାମିଲ ହେଲା, “ଶିକ୍ଷା ରଥ “

0

ଅସ୍ତରଙ୍ଗ, କରୋନା ମହାମାରୀ ର ଦୁଇବର୍ଷ ପରେ ଖୋଲିଛି ଶିକ୍ଷାନୁଷ୍ଠାନ  । ତଦନୁ ଯାଇ, ବିଦ୍ୟାଳୟ କୁ ପାଠ ପଢିବାଲାଗି ପିଲାମାନେ କିପରି ଆସିବେ, ପ୍ରତି ବିଦ୍ୟାଳୟ ଓ ଗାଁ ଗାଁ ବୁଲିଛି ଶିକ୍ଷା ବିଭାଗ ତରଫରୁ ଶିକ୍ଷା ରଥ । ଏହି ଶିକ୍ଷା ରଥ ଟି ଅସ୍ତରଙ୍ଗ ବ୍ଲକ ପରିସରରେ ଥିବା ମଣ୍ଡଳ ଶିକ୍ଷା କେନ୍ଦ୍ର କାର୍ଯାଳୟ ତଥା ବ୍ଲକ ଶିକ୍ଷା ଅଧକାରୀ  ମନ୍ଦର ଧର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ  ସି ଆର ସି ଦୁର୍ୟୋଧନ ନୟକ,ରଣଜିତ ଛାଟୋଇ ଓ  ଯଶୋବନ୍ତ ବେହେରା ଙ୍କ ସହାୟତାରେ ବାହାରି, ବ୍ଲକ ର ପନ୍ଦର ଗୋଟି ଗ୍ରାମପଂଚାୟତ ପରିକ୍ରମାକରି ଶିକ୍ଷା ସଚେତନତା ଓ ବିଦ୍ୟାଳୟ ପ୍ରବେଶ ବାର୍ତ୍ତା ପ୍ରଦାନକରୀ ଶେଷରେ ବଳଭଦ୍ରପୁର କ୍ଲଷ୍ଟ ରରେ ପହଞ୍ଚିଥିଲା । ସେଠି, ସି ଆର ସି, ଯଶୋବନ୍ତ ବେହେରା, ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିଦୁଲତା ମହାନ୍ତି ଙ୍କ ନେତୃତ୍ୱରେ ,ଛାତ୍ରଛାତ୍ରୀ ଓ ସହକର୍ମୀ ଧୂପ ଦୀପ ଲଗାଇ ବନ୍ଦାପନା କରିବା ପରେ, ରଥଟି, ବେଳାଭୂମି ହାଇ ସ୍କୁଲ, ସୁନ୍ଦର ହାଇ ସ୍କୁଲ, ପାଟଳଦା ହାଇସ୍କୁଲ, କଣମଣ ସ୍କୁଲ, ଆଦି ରେ ବାର୍ତ୍ତା ପ୍ରେରଣ କରି ପାପିର, ସହନ, ସୁଧିକେଶର, ଗୁଣ୍ଡଳବା, ମାଣ୍ଡୁକି, ସିଲାରୀ, ରାଇବେରୁହଁ ,ଗୁଡୁବଣୀ,କନ୍ତପଏରା,ଆଦିବିଦ୍ୟାଳୟରେ ପହଂଚିବା ପରେ ସମସ୍ଥ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ଓ ଉଚ୍ଚ ବିଦ୍ୟାଳୟ ର କର୍ମଚାରୀ ଛାତ୍ରଛାତ୍ରୀ,ଶିକ୍ଷାବିତ ମାନେ ଉପସ୍ଥିତ ରହି ଏହି ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଥିଲେ । ସରକାରଙ୍କର ଏହି ଅଭିନବ ପ୍ରୟାସ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହାୟକ ହେବ ବୋଲି ବୁଦ୍ଧିଜୀବି ମାନେ ସାକାରତ୍ମକ ମନ୍ତ୍ୟବ ପ୍ରଦାନ କରିଥିଲାବେଳେ, ଶିକ୍ଷକ,ବଇଁଶୀଧର ଵାରିକ, ହେମନ୍ତ ବିଶ୍ୱାଳ, ଦୀନବନ୍ଧୁ ପରିଡା,ଧୀରେନ୍ଦ୍ର ନାଥ ଦାସ,ବିଜୟ ଭଟ,ସୁରେନ୍ଦ୍ର ଵାରିକ,ପୀତବାସ ନୟକ ଆଦି ସହଯୋଗ କରିଥିଲେ ।

IEC 2 years
Leave A Reply