କଣାସ : କଣାସ ମୁଖ୍ୟ ଚିକିତ୍ସାଳୟକୁ ରାଜ୍ୟସ୍ତରୀୟ କାୟାକଳ୍ପ ଅନୁଧ୍ୟାନ କମିଟି ଡାକ୍ତରଖାନା ର ପ୍ରତେକ ବିଭାଗ ଗୁଡିକୁ ତନତନ ନିରୀକ୍ଷଣ କରି ଫେରିଯାଇଛନ୍ତି। ଏହି କମିଟିର ତିନି ଜଣିଆ ସଦସ୍ୟ ବିଶିଷ୍ଟ ନିରୀକ୍ଷକ ଡାକ୍ତରଖାନାର ସୌନ୍ଦର୍ଯ୍ୟକରଣ, ପରିଷ୍କାର ପରିଛନତା, ଡାକ୍ତର ଖାନା ବର୍ଯ୍ୟବସ୍ତୁର ସଠିକ ପରିଚାଳନା, ସ୍ୱାସ୍ତ୍ୟ ସେବାର ମାନ, ରୋଗୀଙ୍କ ଆବଶ୍ୟକ ବ୍ୟବସ୍ଥା, ସ୍ୱଚ୍ଛ ଭାରତ ଅଭିଯାନ, ଜୀବାଣୁ ରହିତ ଗୁଣାତ୍ମକ ଓ ସୁସ୍ଥ ରହିବାର ପ୍ରଚାରପ୍ରସାର, ବିଭିନ୍ନ ବିଭାଗ, ଜନ ସାଧାରଣ ଓ ସ୍ବେଚ୍ଛାସେବୀ ସଂଗଠନ ଠାରୁ ସହଯୋଗ ର ମାତ୍ରା ଆଦିକୁ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ମୁଖ୍ୟାଳୟରୁ ସ୍ୱାସ୍ତ୍ୟ ଯୁଗ୍ମ ନିର୍ଦେଶକ ଡ଼ା ଦୀପକ କୁମାର ବିଶୋଇ ଙ୍କ ନେତୃତ୍ୱରେ ଆସୁଥିବା ତିନି ଜଣିଆ କାୟାକଳ୍ପ କମିଟିରେ ଜାତୀୟ ସ୍ୱାସ୍ତ୍ୟ ମିଶନର ଡ଼ା ଜ୍ଞାନରଞ୍ଜନ ପ୍ରଧାନ ଓ ଭୁବନେଶ୍ୱର ଏମ୍ସ ଡାକ୍ତରଖାନା ର ବିଶ୍ଵରଞ୍ଜନ ପୁରୋହିତ ପ୍ରମୁଖ କଣାସ ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। କମିଟି ର ସଦସ୍ୟ ମାନେ ପୂର୍ବ ଅପେକ୍ଷା ଡାକ୍ତରଖାନାର ପରିସର କୁ ବହୁତ ପରିବର୍ତ୍ତନ ହୋଇଥିବା ପ୍ରକାଶ କରିଥିଲେ।