Odisha news

କେନ୍ଦ୍ର ବଜେଟ-୨୦୨୧କୁ ନେଇ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା

0

ସାଧାରଣ ବଜେଟ ୨୦୨୧-୨୨ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ଜାନୁଆରୀରେ ସର୍ବକାଳୀନ ଅଧିକ ଜିଏସଟି ସଂଗ୍ରହ ପରେ ଏବେ ଏହି ଆତ୍ମନିର୍ଭର ଭାରତର ବଜେଟ ଭିତ୍ତିଭୂମିକୁ ବ୍ୟାପକ ଭାବେ ପ୍ରୋତ୍ସାହନ ଦେଇ ବିକାଶ ଅଭିମୁଖେ ଏକ ବଡ଼ ପଦକ୍ଷେପ ନେଇଛି। ଦେଶବ୍ୟାପୀ ଏହି ବୃହତ ପ୍ରକଳ୍ପଗୁଡିକ ହେଉଛି ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଂଶ।

Leave A Reply