Odisha news

ଦୁର୍ନୀତିଗ୍ରସ୍ତ ମହିଳା ସମ୍ପାଦିକାଙ୍କ ବହିଷ୍କାର ନିମନ୍ତେ ସିଡ଼ିପିଓ ଅଫିସ ଘେରାଉ

0

କଣାସ-୦୭/୧୦/୨୦ :  ସରକାରଙ୍କ ସମସ୍ତ ନିୟମ ଉଲଙ୍ଘନ କରାଯାଇ ମା ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଉଲ୍ଲାସମଣି ସାମନ୍ତରାୟଙ୍କ ବହିଷ୍କାର ନିମନ୍ତେ କଣାସ ସିଡ଼ିପିଓ ଅଫିସକୁ ୨୮ଟି ପଞ୍ଚାୟତର   ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ଘେରାଉ କରିଛନ୍ତି। ପ୍ରକାଶ ଥାଉକି ଉଲ୍ଲାସମଣି ସାମନ୍ତରାୟ ଙ୍କ ସ୍ୱାମୀ ଜଣେ ସରକାରୀ ଚାକିରୀଆ ସେ ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଭୋଟର ଭାବେ ନିଜର ନାମ ଜାଲିଆତି ଭାବେ ପଞ୍ଜିକୃତ କରି ନେଇଛନ୍ତି। ଫଳରେ ସେ କେଉ ଅଞ୍ଚଳର ଭୋଟର ଦାତା ତାହା ମଧ୍ୟ ସନ୍ଦେହ ଘେରରେ ,ଉକ୍ତ ମହିଳା ୧୯୫୫ମସିହା ଅପ୍ରେଲ ମାସ ରେ ଜନ୍ମଗ୍ରହଣ କରିଛନ୍ତି।

ଆଜି ସୁଦ୍ଧା ତାଙ୍କର ବୟସ ୬୫ବର୍ଷ ରୁ ଉର୍ଦ୍ଧ୍ବ ,ତାଙ୍କ ସ୍କୁଲ ସାର୍ଟିଫିକେଟ ଜାଲିଆତି କରି ଜଣେ ବୟସ୍କା ମହିଳା ହେଲେ ମଧ୍ୟ ପ୍ରମାଣ ପତ୍ରରେ ତାଙ୍କ ବୟସ କମାଇଛନ୍ତି। ବିଦ୍ୟାଳୟ ର ଶିକ୍ଷା ପ୍ରମାଣପତ୍ରରେ ବୟସ ଆଧାର କାର୍ଡରେ ବୟସ କେଉଁ ଆଧାରରେ କମ କରାଯାଇଛି। ଏତେ ଗୁଡିଏ ଅଭିଯୋଗ ଥିବା ସତ୍ତ୍ୱେ ଜଣେ ଅବସର ଯୋଗ୍ୟା ମହିଳା ଓ ସେ ଗଠନ କରିଥିବା ମା ଚଣ୍ଡୀ ସ୍ୱୟଂ ସହାୟିକା ଗୋଷ୍ଠୀ ଦେଠିଆ ପଡ଼ାଙ୍କ ନାମ ଟିଏଚଆର ଚତୁଆ ବଣ୍ଟନ ନିମନ୍ତେ ନବୀକରଣ କରିବା ପାଇଁ ସୁପାରିଶ କେଉଁ ନିୟମ ଆଧାରରେ ସରକାରଙ୍କ ଠାରୁ କରାଯିବାକୁ ପଦକ୍ଷେପ କରାଯାଉଛି।

ଏଭଳି ଅନେକ ସଙ୍ଗିନୀ ଅଭିଯୋଗ ସାମନ୍ତରାୟଙ୍କ ବିରୁଦ୍ଧରେ ଆଣିଛନ୍ତି କଣାସ ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବୁଦ୍ଧିଜୀବମାନେ। ସିଡ଼ିପିଓ ଙ୍କ ଅଫିସ ଘେରାଉ କରିବା ସହିତ ମହିଳା ସଙ୍ଗଠିକା ମାନେ ମହିଳା ଶିଶୁ ବିକାଶ ମନ୍ତ୍ରୀ, ଜିଲ୍ଲାପାଳ ପୁରୀ ଓ କଣାସ ବିଡ଼ିଓ ଙ୍କୁ ଅଭିଯୋଗ କରିଛନ୍ତି। ପ୍ରଶାସନିକ ଅଧିକାରୀମାନେ କହିଛନ୍ତି ଏହି ଘଟଣା ତଦନ୍ତ କଲା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply