କଣାସ,୧୬/୦୪/ : ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକ୍ ଗଡ଼ ବଡପୁଟ ପଞ୍ଚାୟତ ବାବା ଗତିଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣ ଓ ଗଡ଼ଖାରଦ ପଞ୍ଚାୟତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା କହିଥିଲେ ସତ୍ୟବାଦୀ ଓ କଣାସର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମତେ ଓ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଦାୟିତ୍ଵ ଦେଇଛନ୍ତି ଯାହାକୁ ନେଇ ଆମେ ସମସ୍ତେ ସେହି ବିକାଶ ଧାରାକୁ ଆଗେଇ ନେବା ଓ ଷଷ୍ଠଥର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୱାଡ ଓ ପଞ୍ଚାୟତ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ।ବିଗତ ଦିନରେ କଣାସ ସତ୍ୟବାଦୀ ଅନେକ ବିକାଶ ହୋଇଛି ଆଗାମୀ ଦିନରେ ମଧ୍ୟ ବିକାଶର କାର୍ଯ୍ୟକୁ ଆହୁରି ତ୍ଵରାନିତ କରାଯିବ ।ଏହି କାର୍ଯ୍ୟକ୍ରମରେ କଣାସ ବ୍ଲକ୍ ଅଧ୍ୟକ୍ଷା ପ୍ରଭାତୀ ରାଉତ,ଜିଲ୍ଲାପରିଷଦ ସଭ୍ୟ ଭୀମସେନ ପାଇକରାୟ,ପ୍ରଣତି ଜେନା ,ସରପଞ୍ଚ ମହେଶ୍ୱର ସେଠୀ,ବନମାଳୀ ରାଉତ,ବରିଷ୍ଠ ନେତା ସୁଶିଲ କାନ୍ତ ରାଉତ,ପ୍ରସନ୍ନ କୁମାର ପଟ୍ଟନାୟକ,ବସନ୍ତ ଜେନା,ବଳରାମ ପଲେଇ ଓ ସ୍ଥାନୀୟ ନେତୃ ମଣ୍ଡଳୀ ଏବଂ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ । ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓଡ଼ିଆ ନବ ବର୍ଷରେ ଦିବ୍ୟସିଂହପୁର ଗ୍ରାମରେ ଶ୍ରୀରାମଚରିତ ମାନସ,ନବାନ୍ନ ପରାୟଣ ଓ ପ୍ରବଚନ ଉତ୍ସବରେ ଯୋଗଦେଇଥିବା ବେଳେ ଆଜି କଣାସ ପଞ୍ଚାୟତ ସହନା ଗ୍ରାମର ମହାବୀରଙ୍କ ଅଷ୍ଟପ୍ରହର ନାମ ଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ ।
