Odisha news

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ବୈଠକ

0

କଣାସ,୨୯/୧୦/ :୨୯ଅକ୍ଟୋବର୧୯୯୯ ମସିହା ଆଜିର ଦିନରେ  ପ୍ରଳୟଙ୍କରୀ ମହାବାତ୍ୟା ତାଣ୍ଡବରେ ଅନେକ ଧନ ଜୀବନ ଖେୟକ୍ଷତି ଘଟିଥିଲା ।ସେ  ଦୃଶ୍ୟ ଆଜିବି ମାନେ ପଡ଼ିଲେ ସମସ୍ତଙ୍କର ଛାତି ଥରିଉଠେ ।ଏହି ଭଭଳି ପ୍ରାକୃତିକ ବିପର୍ଯ୍ୟୟର କିଭଳି ମୁକାବିଲା କରାଯାଇ ପାରିବ ସେଥିପାଇଁ  କଣାସ ବ୍ଲକ  ସଭା ଗୃହରେ ଏକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ କଣାସ ବ୍ଲକ ପ୍ରଶାସନ ପକ୍ଷରୁ ରବିବାର ଦିନ  ବିଭିନ୍ନ ବିଭାଗ କର୍ମକର୍ତ୍ତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ବନ୍ୟା ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଲୋକମାନଙ୍କ ଧନ ଜୀବନ ଗୃହପାଳିତ ପଶୁପକ୍ଷୀ କ୍ଷେୟଖେତି  ହୋଇଥାନ୍ତି ।ସେମାନଙ୍କର ସୁରକ୍ଷା ସେମାନଙ୍କର ଦାଇତ୍ୱ ପ୍ରଶାସନ ନେଇଥାଏ ।ଆଗକୁ ଯଦି ବନ୍ୟା କି ବାତ୍ୟା ଆସେ କିଭଳି ତାର ମୁକାବିଲା କରାଯାଇ ପାରିବ ଓ ସବୁ ପ୍ରକାର ପ୍ରସ୍ତୁତି କିଭଳି ରହିବାକୁ ପଡ଼ିବ ସେ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ କଣାସ ବ୍ଲକ ଅତିରିକ୍ତ ବିଡ଼ିଓ ମଙ୍ଗଳ ସିଂ ହେମ୍ରମ ,ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ନାୟକ,ଆରଡବ୍ୟୁଲଏସଏସ ଯନ୍ତ୍ରୀ ରଞ୍ଜନ କୁମାର ସାମନ୍ତରାୟ, ଅଗ୍ନିଶମ ବିଭାଗ ଅଧିକାରୀ ସୁବାସ ପାତ୍ର , ପ୍ରାକୃତିକ ବିପର୍ଯ୍ୟୟ ସୁରକ୍ଷା କର୍ମଚାରୀ,ଆପଦମିତ୍ର, ଏସଏସଜି ମହିଳା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply