Odisha news

ବିଭିନ୍ନ ସ୍ଥାନରେ ମା ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ 

0
ବେତନଟୀ : ପାର୍ବଣ ଋତୁରେ ଦୁର୍ଗତୀନାଶିନୀ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା ପରେ ଧନର ଦେବୀ ମା ଗଜଲକ୍ଷ୍ମୀଙ୍କର ପୂଜା ପାଳିତ ହୋଇଥାଏ। ଆଶ୍ଵିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ମା ଗଜଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ବିଭିନ୍ନ ପୂଜା ମଣ୍ଡପରେ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବେତନଟୀ ବ୍ଲକ ଅଧୀନ ବେତନଟୀ ଏବଂ ବୈଶିଙ୍ଗା ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନ ମାନଙ୍କରେ ଅତି ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଛି । ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା , ମହୁରୀ, ଯୁଗୁପୁରା, ବଡ କ୍ଷୀରପଦା, ପାଟଳୀପୁରା, ମାଣତ୍ରୀ, ଶାଳଗାଁ, ଗଡଦେଉଳିଆ ,କଳମା, ମେରଦା, ସଇତପୁର, ବର୍ତ୍ତନା, ପଣସିଆ, ପୁରୁଣିଆ, ବଡ଼ଗୁମା, ରାଇକମା, ଅଁଳା, ଯୁଗୋଳ, ଆଗ୍ରିଆ ଇତ୍ୟାଦି  ସ୍ଥାନମାନଙ୍କରେ ପୂଜାର୍ଚ୍ଚନା ହୋଇଥିବା ଜଣାଯାଇଛି। ଚନ୍ଦ୍ର ଗ୍ରହଣ ଥିବା ଯୋଗୁଁ କିଛି  ସ୍ଥାନରେ ଦିନ ଏବଂ ଅନ୍ୟ କିଛି ସ୍ଥାନରେ ରାତ୍ରୀ ସମୟରେ ପୂଜା କାର୍ଯ୍ୟ କରାଯାଇଥିଲା। ଅନୁରୂପ ଭାବେ କୁମାର ଉତ୍ସବ ମଧ୍ୟ ଘରେ ଘରେ ପାଳିତ ହୋଇଯାଇଛି । ବିଶେଷଭାବେ ବିଭିନ୍ନ ପୂଜା ମଣ୍ଡପରେ ପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି।
Nalco
Leave A Reply