Odisha news

ଦୁର୍ବତ୍ତ ମାନେ ଲୁଟିନେଲେ ଲକ୍ଷ୍ୟାଧିକ ର ସମ୍ପତି

0
କଳାହାଣ୍ଡି  (ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ ) : ବିଳମ୍ବିତ ରାତିରେ ଘରେ ପଶି ଡକାୟତି,ଲୁଟିନେଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା l ଗତକାଲି ବିଳମ୍ବିତ ରାତି ରେ କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ  କାଉଡୋଳା ଗ୍ରାମର ସୁରଥ ସରାବୁ ଙ୍କ ଘରେ ୬ ଜଣ ମୁଖାପିନ୍ଧା ଡକାୟତ ଘରେ ପଶି ସିସି ଟିଭି କ୍ୟାମେରା ଭାଙ୍ଗିବା ପରେ କବାଟ ଭାଙ୍ଗି ଘରେ ପସିଥିଲେ l ଡକାୟତ ମାନେ ଘର ମାଲିକ ସୁରଥ ସରାବୁ ଏବଂ ତାଙ୍କ ସ୍ତ୍ରୀ କୁ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରି ଥିଲେ ଏବଂ ଟଙ୍କା ଏବଂ ସୁନା ଗହଣା ନେଇ ଫେରାର ମାରିଥିଲେ  l ଡକାୟତ ଙ୍କ ଆକ୍ରମଣ ରେ ସୁରଥ ସରାବୁ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲ ରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି l ଡକାୟତ ମାନେ ସୁନାଗହଣା ସହ ନଗଦ ଟଙ୍କା ଲୁଟ କରିଥିବା ଅଭିଯୋଗ କରିଥିବା ବେଳେ କେତେ ସୁନା ଓ ଟଙ୍କା ଲୁଟ କରିଛନ୍ତି ତାହା ଅସ୍ପଷ୍ଟ ରହିଛି l
Leave A Reply