କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣାର ବ୍ଲକର ଜଗନ୍ନାଥପୁର ଗ୍ରାମରୁ ଟିଟିଲାଗଡ ହାଟପଡା ଅଭିମୁଖେ ଯାତ୍ରା କରୁଥିବା ସମୟରେ କେସିଙ୍ଗାବ୍ଲକର chicharla ଗ୍ରାମର ଜାତୀୟରାଜ ପଥ ଗୋଳେଇ ନିକଟରେ ଭାରସାମ୍ୟ ହରାଇ ଏକ ତାଳ ଗଛରେ ଓଡ଼ି.ଓ.୩.ଏସ-୪୧୦୦ ଏକ ଧଳା କାର ପିଟି ହେବାରୁ ଘଟଣାସ୍ଥଳରେ ମା ଓ ଦୁଇ ଝିଅଙ୍କ ମୃତ୍ୟୁଘଟିଛି।ମୃତକ ହେଲେ ୩୫ ବର୍ଷୀୟା ଆନନ୍ଦୀନି ଦାଶ,୧୧ବର୍ଷୀୟା ଅଲି ଦାଶ ଓ ୭ ବର୍ଷୀୟା ରୋଲି ଦାଶ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆହତ ଗାଡି ମାଲିକ ବାଦଲ ବିକାଶ ଦାଶ ଓ ଡ୍ରାଇଭର ଦୁଇ ଜଣଙ୍କୁ ଭବାନୀପାଟଣା କୁ ପଠା ଯାଇଛି।
ଘଟଣା ସ୍ଥଲରେ ଉତକେଲା ପୋଲିସ ପହଂଚି ତଦନ୍ତ ଜାରି ରହିଛି। ଚାଂଚେର ଗ୍ରାମ ବାସୀ ମାନେ 108 କୁ ଫୋନ କରି କେସିଙ୍ଗା ଗୋଷ୍ଠୀ କେନ୍ଦ୍ର କୁ ପଠାଇ ଥିଲେ।ସେଠାରେ ଡାକ୍ତର ମୃତ ଘୋଷଣାକରିଥିଲେ
Comments are closed.