Odisha news

କରୋନା କାଳରେ ନୂଆଁଖାଇ ମାହୋଲ, ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକଣା

0

କଳାହାଣ୍ଡି : କୃଷି ଭିତ୍ତିକ ମହାନ ନିଆରା ପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଜନମାନସରେ ନିଜର ଇଷ୍ଟଦେବୀଙ୍କୁ ପ୍ରଥମ ଅନ୍ନ ଅର୍ପଣର ଅମୃତ ମୂହୁର୍ତ୍ତକୁ ନୂଆଁଖାଇ ପର୍ବ ପାଳନ ରୂପେ ବେଶ ଧୁମଧାମରେ ପାଳିତ ହୁଏ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ମହାମାରୀ କରୋନା ପ୍ରଭାବରେ ସେତେଟା ଉତ୍ସାହ ଭିତରେ ନୂଆଁଖାଇର ଜମକ ଧରୁ ନାହିଁ ତଥାପି ମହମହ ଗହଗହରେ ଭଟ୍ଟାପଡି ନାହିଁ।

ବିଧିବିଧାନ ସହ ଗାଁ ଦେବାଦେବୀ,ଘର ଇଷ୍ଟଦେବତାଙ୍କୁ ଗୃହର ବରିଷ୍ଠ ବ୍ୟକ୍ତି ସ୍ଵତନ୍ତ୍ର ନୂଆ ଅର୍ଣ୍ଣର ଚୁଡା ପ୍ରସ୍ତୁତ କରି ଭୋଗ ଲଗାଇ ନବାନ୍ନ ଭକ୍ଷଣ କରିଛି।

ଏହି ନିଆରା ପର୍ବରେ ପରମ୍ପରା ଅନୁଯାୟୀ କୁରେ କିମ୍ବା ମହୁଳ ପତ୍ରରେ ନୂଆଁଖାଇବାର ପ୍ରଥା ଭିତରେ ଲୁଚିଥାଏ ଭାଇଚାରା,ଏକତାର ମୂଳମନ୍ତ୍ର।ସମସ୍ତ ଭେଦଭାବ ଭୁଲି ଗୁରୁଜନଙ୍କୁ ମୁଣ୍ଡିଆ ମାରିବା ଓ ଜୁହାର ଭେଟ ଆଦି ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି। ହସଖୁସି ପରିବେଶ ଭିତରେ  ନୂଆଁଖାଇ ବାସୀ ମଧ୍ୟ
ମହକି ଉଠୁଛି।

Leave A Reply