Odisha news

ପୂର୍ବତନ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ

0
କାକଟପୁର -୧୮/୮ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମିଳିତ ମଞ୍ଚ ର ଆବାହକ  ସୁରେନ୍ଦ୍ର ନାଥ ସେଠୀ ଆଜି ନିଜ ସମର୍ଥକ ମାନଙ୍କ ସହିତ  ତାଳଦାର ଚାରି ଗୋଟି ୱାର୍ଡ ବୁଲିବା ଓ ବନ୍ୟା ଘେର ରେ ଥିବା ଲୋକମାନଙ୍କୁ ଚୁଡା,ଗୁଡ଼, ଦିଆସିଲି, ମହମବତୀ, ବାଣ୍ଟିବା ବନ୍ୟା ପୀଡିତ ଲୋକଙ୍କୁ ତାଙ୍କ ସ୍ୱାସ୍ଥ୍ୟ ଓ ପିଇବା ପାଣି ସମ୍ପର୍କ ରେ ପଚାରି ବୁଝି ଥିଲେ,।ସେ ବିଗତ ଦିନ ମାନଙ୍କରେ ଲୋକଙ୍କ ସେବା କରିଛନ୍ତି ଓ ଆଗକୁ ଏହାକୁ ଜାରି ରଖିବେ ବୋଲି କହିବା ସହିତ ଅସ୍ତରଙ୍ଗ ର ୪ଗୋଟି ୱାର୍ଡ, କାକଟପୁର ର ବାଉରିଆକଣ, ପଥରପକ୍କା, ପାଟସୁନ୍ଦର ପୁର, ମହାଦେବସ୍ତ ବନ୍ୟା ପୀଡିତ ଲୋକ ମାନଙ୍କ ପାଖରେ ପହଂଚିବା ମାନବିକତା ର ପରିଚୟ ବୋଲି କହିଛନ୍ତି ଏବଂ ସରକାରଙ୍କ ପାଖରେ ଲୋକଙ୍କ ସ୍ୱର ହୋଇ ଅସୁବିଧା ସମ୍ପର୍କ ରେ ଜଣାଇ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି,ଏହି କାର୍ଯ୍ୟକ୍ରମ ରେ କାକଟପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଶ୍ରୀଧର ନାୟକ, ଅସ୍ତରଙ୍ଗ ପଞ୍ଚାୟତ ସମିତି ର ଅଧ୍ୟକ୍ଷଙ୍କ ପ୍ରତିନିଧି ଦିବାକର ଛାଟୋଇ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ବିଶ୍ୱାଳ, ଅଧିକାରୀ ବେହେରା, , ପବିତ୍ର ବିଶ୍ୱାଳ ଓ ମିଳିତ ମଞ୍ଚ ର କିଛି କର୍ମୀ ଉପସ୍ଥିତ ଥିଲେ।
Leave A Reply