Odisha news

ପ୍ରଧାନମନ୍ତ୍ରୀ ସଡକ ଯୋଜନା ,୭୨ ଲକ୍ଷ ଟଙ୍କା ପାଣିରେ ପଡିଲା କିଏ ବୁଝୀଵ ସାଧାରଣ ଲୋକଙ୍କ କଥା

0

ବେତନଟୀ/ବୈଶିଙ୍ଗା  — ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ଯାତାୟତ ପାଇଁ କେନ୍ଦ୍ର ସରକାର “ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା” ମାଧ୍ଯମରେ ରାସ୍ତା ତିଆରି କରୁଛନ୍ତି ସତ ମାତ୍ର ତାହା କିପରି କାର୍ଯ୍ୟକାରୀ କରାଯାଉଛି ତାର ଅନୁଧ୍ୟାନ କରିବା ଲାଗି ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀ ମାନେ କେତେ ତତ୍ପର ତାହା ନ ଦେଖିଲେ ଜାଣି ହେବ ନାହିଁ। ୨୦୧୮ ଜୁନ ମାସରେ ଆଗ୍ରିଆ-ପାଟଳିପୁରା ଆର.ଡି.ରାସ୍ତାରୁ ଶିଳପୁରିଆ ପର୍ଯ୍ୟନ୍ତ ୧କି.ମି. ୯୪୦ମି. ରାସ୍ତା ପାଇଁ ୭୧ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ମିଳିଥିଲା । ଆରପଟା ଗ୍ରାମ ର ସଂଜୀବ କୁମାର ନାୟକ ଏହାକୁ ସମ୍ପାଦନ କରିବା ପାଇଁ ଠିକା ନେଇଥିଲେ, ଏବଂ ୨୦୧୯ ମସିହା ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ନିର୍ମାଣ ସାରିବା ସହିତ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ କରିବାକୁ ଟେଣ୍ଡର ସମୟରେ ନିର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ଅବଧି ସମୟ ମଧ୍ୟରେ କାର୍ଯ୍ୟ ହେଲା ମାତ୍ର ମଝୀରେ ୨୦୦ ମିଟର ରାସ୍ତା କାର୍ଯ୍ୟ ହୋଇପାରିନାହିଁ। ଫଳରେ ଏହି ରାସ୍ତାଟି “ଅମୃତ ଭାଣ୍ଡରେ ବିଷ” ସଦୃଶ ପାଲଟି ଯାଇଛି। ଏହି ଦୁଇ ଶହ ମିଟର ରାସ୍ତାଟି ଜନୈକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ସତ୍ତ୍ଵ ବୋଲି ଦର୍ଶାଇ ରାସ୍ତା କାର୍ଯ୍ୟ ବନ୍ଦ କରିଦେବା ସହ ଏକ ମାମଲା ରୁଜୁ କରାଯାଇଥିବାର ଗ୍ରାମବାସୀଙ୍କ ନିକଟରୁ ପ୍ରକାଶ। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଶହ ଶହ ବର୍ଷ ଧରି ଏହି ରାସ୍ତାରେ ଲେକେ ଯାତାୟତ କରୁଥିବା ବେଳେ ଏହା ବ୍ୟକ୍ତିଗତ ସତ୍ତ୍ୱ କିପରି ହେଲା। ଏହା ବ୍ୟତିତ ଭାରତ ସରକାରଙ୍କ ପୂର୍ତ୍ତ ବିଭାଗ ତରଫରୁ ଟେଣ୍ଡର ହେବା ପୂର୍ବରୁ ରାସ୍ତା ସର୍ବେକ୍ଷଣ କରାଯାଇ ଅର୍ଥ ମଞ୍ଜୁରୀ ମିଳିବା କଥା କିନ୍ତୁ ତାହା କରା ନ ଯାଇ କିପରି ଅସମ୍ପୂର୍ଣ୍ଣ କାର୍ଯ୍ୟରେ ଠିକାଦାରଙ୍କୁ ଅର୍ଥ ପଇଠ କରା ଗଲା । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରୀକା ପାଇଁ ଗ୍ରାମବାସୀ ହଇରାଣ ହେଉଥିବାର ଅଭିଯୋଗ ହୋଇଛି। ଏହି ଦୁଇ କି.ମି.ରାସ୍ତାଟି ବୈଶିଙ୍ଗା -ମାଣତ୍ରୀ ଆର.ଡି.ରାସ୍ତାରୁ ଆଗ୍ରୀଆ-ପାଟଳିପୁରା ଆର.ଡି. ଗାସ୍ତାକୁ ସଂଯୋଗ କରୁଥିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଏହା ବାଦ୍ ବନ୍ୟାଜଳ ପ୍ରବାହିତ ହେବାପାଇଁ ରାସ୍ତା ମଝୀରେ ନିର୍ମାଣ ହୋଇଥିବା ପୋଲଟି ଉଚ୍ଚା ହୋଇଛି ସତ ମାତ୍ର ପୋଲ ଉଭୟ ପାର୍ଶ୍ଵ ରାସ୍ତା ନିଚ୍ଚା ଏବଂ ଅଣଓସାରିଆ ହୋଇଥିବାରୁ  ଗାଡି ଚଳାଚଳରେ ଭୟ ସୃଷ୍ଟି  ହେଉଛି। ଏଥି ପାଇଁ ଏହି  ରାସ୍ତା ଉପରେ ନିର୍ଭର କରୁଥିବା ପାଞ୍ଚ ଦଶ ଖଣ୍ଡ ଗ୍ରାମର ଲୋକେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଦର୍ଶାଇଛନ୍ତି।

Leave A Reply