କାକଟପୁର 1/8 କାକଟପୁର ଥାନା ଅନ୍ତର୍ଗତ ବିଭୁତିପୁର ଗ୍ରାମର ଜୈନିକ ବ୍ୟକ୍ତି ଙ୍କ ଜାଗା ଉପରେ କୋର୍ଟ ର ସ୍ଥିତବସ୍ତା ଜାରି ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ମାନେ କୋର୍ଟ ର ନିର୍ଦ୍ଦେଶ କୁ ଅବମାନନା କରି ଜୋର ଜବରଦସ୍ତ ଘର ତୋଳି ଛନ୍ତି l ଶେଷରେ ବ୍ୟକ୍ତି ଜଣକ ନିରୁପାୟ ହୋଇ ଥାନା ର ଦ୍ୱାରସ୍ତ ହୋଇଛନ୍ତି l ବିଭୁତିପୁର ଗ୍ରାମର ଶେଖ୍ ଅସଦ ଅଲ୍ଲୀ ଙ୍କ ସ୍ତିତିବାନ ଜାଗା ଖାତା ନଂ 146, ପ୍ଲଟ ନଂ 296,297 ଓ 301 ଉପରେ ସେହି ଗ୍ରାମର ଶେଖ୍ ଆସିକ ଅଲ୍ଲୀ ଓ ତାଙ୍କର ପୁତ୍ର ମାନେ ଜୋର ଜବରଦସ୍ତ ଘର ତୋଳିବାରେ ଶେଖ୍ ଅସଦ ଓ ତାଙ୍କ ପୁତ୍ର ସବୀର କାକଟପୁର ତହସିଲ ରେ 144 ଧାରା ଜାରିକରିଥିଲେ l
କିନ୍ତୁ ଏହାକୁ ନ ମାନି ସେମାନେ ଘର ତୋଳିଥିଲେ l ଶେଷରେ ଅସଦ ନିମାପଡା ସିଭିଲ କୋର୍ଟ ରେ ମାମଲା ଦାୟର କରିଥିଲେ l କୋର୍ଟ ସେହି ଜାଗା ଉପରେ ଷ୍ଟାର୍ଟୋସ୍କ ଵା ସ୍ଥିତାବସ୍ତା ଜାରି କରିଥିଲେ l କିନ୍ତୁ ସ୍ଥିତାବସ୍ତା ଜାରି ହୋଇଥିଲେ ମଧ୍ୟ ଶେଖ୍ ଆସିକ କୋର୍ଟ ଙ୍କ ନିର୍ଦ୍ଦେଶ କୁ ଅବମାନନା କରି ଜୋର ଜବରଦସ୍ତ ଘର ତୋଳିଥିଲେ l ଶେଷରେ ନ୍ୟାୟ ପାଇବା ଆଶାରେ ଶେଖ୍ ସବୀର କାକଟପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ l କାକଟପୁର ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ଘଟଣା ର ତଦନ୍ତ କରୁଛି l