Odisha news

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପାଲାଗାୟକ ସମ୍ବର୍ଦ୍ଧିତ 

0
କାକଟପୁର 26/9 ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ଆୟୋଜିତ ପାଲା ସେମିନାର ଓ ପାଲା ଦାସକାଠିଆ ଉତ୍ସବ “ଭଞ୍ଜ କଳା ମଣ୍ଡପ ” ଭୁବନେଶ୍ୱର ଠାରେ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ଉତ୍ସବ ରେ କାକଟପୁର ଅଞ୍ଚଳ ର ସୁନାମଧନ୍ୟ ପାଲା ଗାୟକ ଗାୟକ ବାଚସ୍ପତି ପଣ୍ଡିତ ବନ ବିହାରୀ ଗ୍ରହାଚାର୍ଯ୍ୟ ଙ୍କୁ ” ଓଡିଶା ସଙ୍ଗୀତ ନାଟକ ଏକାଡେମୀ ” ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀ ଗ୍ରହାଚାର୍ଯ୍ୟ ଦୀର୍ଘ (42) ବର୍ଷ ଧରି ଉତ୍କଳ ର ବିଦଗ୍ଧ କଳା ‘ପାଲା’ କୁ ଜୀବନ ବ୍ରତ ବୋଲି ଗ୍ରହଣ କରି ଓଡିଶା ର ବହୁ ପ୍ରତିଷ୍ଠିତ ପାଲାମଞ୍ଚ ଓ ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନୀତ ହୋଇଛନ୍ତି l ସେ ଜଣେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଅଟନ୍ତି l ଆଦର୍ଶ ଶିକ୍ଷକ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ (2005) ମସିହାରେ ଗୁରୁଦିବସ ଅବସର ରେ ସମ୍ମାନୀତ ହୋଇଥିଲେ l ଆୟୋଜିତ ଉତ୍ସବ ରେ “ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ” ଓଡିଶା ର ପ୍ରମୁଖ ସଚିବ ବିଷ୍ଣୁ ପଦ ସେଠୀ ମୁଖ୍ୟ ଅତିଥି, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ,ନିର୍ଦ୍ଧେଶକ ବିଜୟ କେତନ ଉପାଧ୍ୟାୟ ,ବିଶିଷ୍ଟ ସଂସ୍କୃତି ଗବେଷକ ଓ ଆଲୋଚକ ଡ଼ଃ ହରିହର କାନୁନଗୋ, ସଂଯୋଜିକା ଅଭିନେତ୍ରୀ ମଧୁମିତା ମହାନ୍ତି, ରାଜ୍ୟ ପାଲାଗାୟକ ପରିଷଦ ର ସଭାପତି ମଦନ ମୋହନ ଜେନା ଓ ସାଧାରଣ ସମ୍ପାଦକ ବସନ୍ତ କୁମାର ରାଉତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଉତ୍ସବ ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ପାଲା ଗାୟକ ଯୋଗ ଦେଇଥିଲେ l ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ଗ୍ରହାଚାର୍ଯ୍ୟ ଙ୍କୁ କାକଟପୁର ଅଞ୍ଚଳ ବାସୀ ତଥା ସୋମେଶ୍ୱର ସାହିତ୍ୟ ସଂସଦ ର ସମ୍ପାଦକ ଅଧ୍ୟାପକ ମନୋଜ କୁମାର ସାହୁ କୃତଜ୍ଞତା ଜଣାଇଛନ୍ତି l
Nalco
Leave A Reply