Odisha news

ମଣିପୁର ରାଜ୍ୟପାଳଙ୍କ ମଙ୍ଗଳା ମନ୍ଦିର ପରିଦର୍ଶନ       

0

କାକଟପୁର ତା11/04- ମଣିପୁରର ରାଜ୍ୟପାଳ ଅନୁସୟା ୟୁକେ ସପରିବାରେ କାକଟପୁର ମା ମଙ୍ଗଳା ମନ୍ଦିର ରେ ପହଞ୍ଚି ମା ମଙ୍ଗଳାଙ୍କୁ ଦର୍ଶନ କରି ଫେରିଯାଇଛନ୍ତି। ମଣିପୁରର ରାଜ୍ୟପାଳ ଅନୁସୟା ୟୁକେ ପ୍ରଥମେ ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିସାରି ସିଧା ମଙ୍ଗଳା ମନ୍ଦିର ଠାରେ ପହଞ୍ଚିଥିଲେ। କାକଟପୁରରେ ପହଞ୍ଚିବାପରେ ସେଠାରେ ମଙ୍ଗଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ରାଜ୍ୟପାଳ ମହୋଦୟାଙ୍କୁ ସ୍ବାଗତ କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।ସେଠାରେ କଡା ସୁରକ୍ଷା ବଳୟ ଭିତରେ ମନ୍ଦିର ଗର୍ଭଗୃହ କୁ ସୁରକ୍ଷା କର୍ମୀ ମାନେ ନେଇଯାଇଥିଲେ l ସେଠାରେ ମା ମଙ୍ଗଳାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।ମଣିପୁରରେ ଶାନ୍ତି ବଜାୟରହିବା ପାଇଁ ମା ମଙ୍ଗଳା ଙ୍କ ସେବାୟତ ମାନେ ଆର୍ଶିବାଦ କରିଥିଲେ। ସେଠାରୁ ଭୂବନେଶ୍ବର ଫେରିଯାଇଥିଲେ। କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରା, ଏ ଏସ ଆଇ ପ୍ରମୋଦ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ l

Leave A Reply