କାକଟପୁର 24/3 ଭାରତୀୟ ସ୍ଥଳ ସେନା ରେ ନୂତନ ନିଯୁକ୍ତି ପାଇଥିବା କାକଟପୁର ବ୍ଲକ କୁଣ୍ଢେଇ ଗ୍ରାମ ପଂଚାୟତ ର ମଲାଗୁଁଆ (ଅଣାପାଟଣା) ଗ୍ରାମ ର ନୃସିଂହ ପ୍ରଧାନ ଓ ବନଲତା ପ୍ରଧାନ ଙ୍କ ସୁପୁତ୍ର ବବୁଲ ପ୍ରଧାନ ଙ୍କୁ କୁଣ୍ଢେଇଶୁଣି ପୀଠରେ ବିକାଶ ମଞ୍ଚ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା l
ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ତଥା ଶିକ୍ଷାବିତ ବିପିନ ବିହାରୀ ରାଉତ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ସମ୍ମାନିତ ଅତିଥି କୁଣ୍ଢେଇ ଗ୍ରାମ ପଂଚାୟତ ସମିତି ସଭ୍ୟ ପ୍ରମୋଦ ଦାସ ଆଇନୀ ଜୀବି ପ୍ରଫୁଲ୍ଲ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ସାଗର ନାୟକ, ପୂର୍ବତନ ସରପଞ୍ଚ ବଟକୃଷ୍ଣ ସାହୁ, ସମାଜ ସେବୀ ସୂର୍ଯ୍ୟକାନ୍ତ ନାୟକ, କ୍ଷେତ୍ର ମୋହନ ସାହୁ, ପବିତ୍ର ମୋହନ ସାହୁ, କେଶବ ବେହେରା, ବିପିନ ଜେନା ଓ ସ୍ଥାନୀୟ ଗ୍ରାମବାସୀ ମାନେ ଯୋଗ ଦେଇ ସୈନିକ ବବୁଲ ଙ୍କୁ ଫୁଲ ତୋଡ଼ା ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଦେଶ ସେବା କରିବାରେ ବବୁଲ କୁ ଉତ୍ସାହିତ କରିଥିଲେ l
ଶେଷରେ ବିକାଶ ମଞ୍ଚ ର ଉପ ସଭାପତି ଅମରେଶ୍ଵର ନାୟକ ଧନ୍ୟବାଦ ଦେଇଥିଲେ l ପରେ ଏକ ଶୋଭାଯାତ୍ରା ରେ ବବୁଲ ଙ୍କୁ କୁଣ୍ଢେଇ ବଜାର ଦେଇ ନିଜ ଗ୍ରାମକୁ ନିଆ ଯାଇଥିଲା ହରିବୋଲ ହୁଳହୁଳି ରେ ସାରା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଥିଲା l କୁଣ୍ଢେଇ ପଂଚାୟତ ରେ ମାତ୍ର (25) ବର୍ଷ ବୟସରେ ବବୁଲ ସେନା ବିଭାଗରେ ନିଯୁକ୍ତି ପାଇଥିବାରୁ ଆଖ ପାଖ ଅଞ୍ଚଳ ର ବୃଦ୍ଧିଜୀବୀ ମାନେ ତାର ଦୀର୍ଘ ଜୀବନ କାମନା କରିଥିଲେ l