Odisha news

ଖାତାରେ କ୍ଷେତ ପୋଖରୀ , ଫଳକ ନାହିଁ  ଗଛ ଗାଏବ : ଭିଜିଲାନ୍ସ ତଦନ୍ତ ଦାବୀକଲେ ପୁରୀଜିଲ୍ଲା ବିଜେଡି ଉପସଭାପତି

0
କାକଟପୁର 10/3  କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷିବିକାଶ ଯୋଜନାରେ କୃଷି କ୍ଷେତ୍ର ଓ କୃଷକର ଉନ୍ନତି ନିମନ୍ତେ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ ବିଭାଗ ଜରିଆରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି l ମାତ୍ର ଉକ୍ତ ଯୋଜନାରୁ କୃଷକମାନେ ଉପକୃତ ହେବା ପରିବର୍ତ୍ତେ ବିଭାଗୀୟ କର୍ତୃପକ୍ଷଙ୍କ ଜ୍ଞାତସାରରେ ଅନୁଦାନ ଅର୍ଥ ବାଟମାରଣା ହେଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି l ପୁରୀଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ସହକାରୀ ନିର୍ଦ୍ଧେଶକ ଅଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ଗତ ୨ ବର୍ଷ ମଧ୍ୟରେ କାକଟପୁର ବ୍ଲକ ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୋଖରୀରୁ ପଙ୍କଉଦ୍ଧାର , କ୍ଷେତପୋଖରୀ ଖନନ , ପତିତ ଓ ରାସ୍ତା କଡରେ ନଡ଼ିଆ ଚାରା ରୋପଣ , କୃଷକଙ୍କୁ ମିନିକିଟ ପ୍ରଦାନ ଆଦି ଯୋଗାଣ କ୍ଷେତ୍ରରେ ବ୍ୟାପକ ଅନିୟମିତତା କରାଯାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି ବୋଲି  ଅଭିଯୋଗ ହେବା ସହ ହିତାଧିକାରୀ ମାନେ ଜମିରେ କ୍ଷେତପୋଖରୀ ନଖୋଳି କିମ୍ବା ନଡ଼ିଆ  ଗଛ ନଲଗାଇ  କି ଭଳି ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଟଙ୍କା ପଠାଗଲା ଏନେଇ ଭିଜିଲାନ୍ସ ତଦନ୍ତ ଦାବୀ ହୋଇଛି  l  ଖବରରୁ ପ୍ରକାଶଯେ ଗତ ବର୍ଷ  କୋଣାର୍କ ସହକାରୀ ଉଦ୍ୟାନ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଏହି ଗ୍ରାମପଞ୍ଚାୟତର ପ୍ରାୟ ୬0 ରୁ ଉର୍ଦ୍ଧ ହିତାଧିକାରୀମାନଙ୍କୁ ନଡ଼ିଆ ଚାରା ଯୋଗାଇଦିଆଯାଇଥିଲା  l ମାତ୍ର ହିତାଧିକାରୀମାନେ ଉକ୍ତ  ନଡ଼ଆ ଚାରାକୁ ରୋପଣ ନକରି ଉଦ୍ୟାନ ବିଭାଗ ପକ୍ଷରୁ ସହାୟତା ରାଶି ହାତେଇ ନେବା ପରେ  ପୁଣି  ପରବର୍ତ୍ତୀ ସମୟରେ  ସେହି ହିତାଧିକାରୀମାନେ  ପୁରୀ ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ବିଭାଗରୁ ମନରେଗା ଯୋଜନାରେ ନଡ଼ିଆ ଚାରା ପାଇଥିବା ସେ ସମୟରେ ତତ୍କାଳୀନ ପୁରୀ ଜିଲ୍ଲାପାଳଙ୍କ ନିକଟରେ    ହୋଇଥିଲା  l ସମାନ ଯୋଜନାକୁ ବିଭାଗ  ୨  ଅଯୋଗ୍ୟ ହିତାଧିକାରୀଙ୍କ ଦୁଇ ପଟେ ଲାଭ l ମନରେଗା ଯୋଜନାରେ ନଡ଼ିଆ ଚାରା ରୋପଣ ନକରି ଉଦ୍ୟାନ ବିଭାଗରୁ ସହାୟତାରାଶି ହାତେଇଵା ପରେ ପୁଣି ସେହି ନିଦ୍ଧିଷ୍ଟ ହିତାଧିକାରୀମାନଙ୍କୁ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ପୁନର୍ବାର ସମାନ  ଯୋଜନାରେ କେଉଁ ନୀତିବଳରେ ନଡ଼ିଆ ଚାରା ସହ ସହାୟତା ରାଶି ଯୋଗାଇ ଦିଆଗଲା ତାହା ତଦନ୍ତ ସାପେକ୍ଷ l ସେହିପରି ପୁରୀ ଜିଲ୍ଲା ମୃତ୍ତିକା ସଂରକ୍ଷଣ  ଓ ଜଳ ବିଭାଜିକା ପକ୍ଷରୁ ଏହି ପଞ୍ଚାୟତରେ କ୍ଷେତ ପୋଖରୀ   ଖନନ କାର୍ଯ୍ୟରେ କାର୍ଯ୍ୟରେ ବ୍ୟାପକ  ଅନିୟମିତତା କରାଯାଇଅଛି ବୋଲି ଅଭିଯୋଗ ହେଉଛି l ହିତାଧିକାରୀ ମାନେ  ଯେଉଁ  ଖାତା  ପ୍ଲଟରେ  ପୋଖରୀ ଖନନ କରିଛନ୍ତି ବୋଲି ଦର୍ଶାଇଛନ୍ତି  ବାସ୍ତବ କ୍ଷେତ୍ରରେ  ସେହି ପ୍ଲଟ ଉପରେ ଗୋଟିଏ  ହେଲେ ପୋଖରୀ ଖନନ  କରାଯାଇନାହିଁ l  ଖାତାରେ  ୯ ଟି କ୍ଷେତ ପୋଖରୀ ଖୋଳାଯାଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି  l  ଦୁସ୍ଥ ଓ ଅବହେଳିତ ଚାଷୀଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେଳେ , ପୁରୀ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର କେତେକ ଦୁର୍ନୀତିଗ୍ରସ୍ତ ପଦାଧିକାରୀ , ଡାଟାଏଣ୍ଟ୍ରି ଅପରେଟରଙ୍କ ଅର୍ଥଖୋର ମନୋଭାବ ଯୋଗୁଁ ବିଭିନ୍ନ ଯୋଜନା ତାର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି l ଏମିତିକି ନଡ଼ିଆ ଗଛର ସୁରକ୍ଷା , ଗଛ ବଞ୍ଚିବା ପାଇଁ ପାଣି , ସାର , ସବୁଜନେଟ, କୀଟନାଶକ ଔଷଧ ବାବଦରେ ଅଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ଉଭୟ ବିଭାଗ ପକ୍ଷରୁ କେତେ କିସ୍ତି ଅନୁଯାଇ କେତେ  ଟଙ୍କା ପଠାଯାଇଛି ଏହାର ଭିଜିଲାନ୍ସ ତଦନ୍ତ ପାଇଁ (ପ୍ରେସ ମିଟ)ରେ  ପୁରୀଜିଲ୍ଲା ବିଜେଡି ଉପସଭାପତି କୈଳାସ ଚନ୍ଦ୍ର ଲେଙ୍କା , ପୂର୍ବତନ ସରପଞ୍ଚ ଭୀମସେନ  ସେଠୀ , କାଦୁଆନୂଆଗାଁ ଗ୍ରାମପଞ୍ଚାୟତ ବିଜୁ ଜନତାଦଳ ସଭାପତି ଦୁର୍ଯ୍ୟୋଧନ ମହାନ୍ତି , ରମେଶ ଚନ୍ଦ୍ର ପାଇଟାଲ , ଅଭିମନ୍ୟୁ ବେଉରା , ଜ୍ଞାନେନ୍ଦ୍ର ମଲ୍ଲ , ଦୁଃଶାସନ ବେଉରା , ଗିରିଧାରୀ (ସ୍ୱାଇଁ ) , ଓକିଲ (ସ୍ୱାଇଁ ), ବିଚିତ୍ରା ନନ୍ଦ ବରାଳ  , ଅଶୋକ ପାତ୍ର ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି l
Leave A Reply