କାକଟପୁର : 6ନଂ ଜୋନ ଜିଲ୍ଲାପରିଷଦ ବିଜେଡି ର ଦଖଲ ପରେ 7ନଂ ଜୋନ ଜିଲ୍ଲା ପରିଷଦ ଆସନରେ ବିଜେଡି ର ସଂଯୁକ୍ତା ଦୀକ୍ଷିତ ବିଜୟୀ
କାକଟପୁର 28/2 ପୁରୀ ଜିଲ୍ଲା ର କାକଟପୁର ବ୍ଲକର ପ୍ରଥମ ପର୍ଯାୟ ଗଣତି ରେ 6ନଂ ଜୋନ ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଜ୍ୟୋସ୍ନାରାଣୀ ଦଳାଇ ବିଜୟୀ ପରେ ଦ୍ୱିତୀୟ ପର୍ଯାୟ ଗଣତି ସରିବାପରେ (7ନଂ) ଜୋନବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସଂଯୁକ୍ତା ଦୀକ୍ଷିତବିଜୟୀ ହୋଇଛନ୍ତି l ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀବିଜେପି ପ୍ରାର୍ଥୀନୀ ମମତା ମଲିକଙ୍କ ଠାରୁ(6341)ଭୋଟରେ ଜିତିଛନ୍ତି l ସଂଯୁକ୍ତା ଦୀକ୍ଷିତ (12881)ମମତା ମଲିକ (6540)ଓ କଂଗ୍ରେସ ର କାମିନୀ ବେହେରା (4798) ଭୋଟ ପାଇଛନ୍ତି l
ସେହିପରି ବିଭିନ୍ନ ଦଳର (5) ଟି ପଂଚାୟତ ରେବିଜୟୀ ହୋଇଥିବା ସରପଞ୍ଚ ଓ ସମିତିସଭ୍ୟ ହେଲେ କାକଟପୁର ଗ୍ରାମପଂଚାୟତର ସରପଞ୍ଚ ପ୍ରାର୍ଥୀ ଅଭୟ ସେଠୀ, ସମିତି ସଭ୍ୟ ପ୍ରାର୍ଥୀ ସମରେନ୍ଦ୍ର ଦୀକ୍ଷିତ,ସୁହାଣପୁର ସରପଞ୍ଚ ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ, ସମିତି ସଭ୍ୟ ରାମ ବିଶ୍ୱାଳ, କୁଣ୍ଢେଇ ସରପଞ୍ଚ ପ୍ରାର୍ଥୀନୀ ପ୍ରଭାତୀ ରାଉତ, ସମିତିସଭ୍ୟ ପ୍ରାର୍ଥୀ ପ୍ରମୋଦ ଦାସ, ଜଳେଶ୍ଵରପଡ଼ା ସରପଞ୍ଚ ଜିତେନ୍ଦ୍ର ବେହେରା ସମିତି ସଭ୍ୟ ଗୁଣନିଧି ଜେନା, ଓଥକା ର ସରପଞ୍ଚ ପ୍ରାର୍ଥୀନୀ କୁନି ଲତା କାଣ୍ଡି ଓ ସମିତିସଭ୍ୟାମିନର୍ଭl ମହାରଣା ପ୍ରମୁଖ ବିଜୟୀ ହୋଇଛନ୍ତି l ତୃତୀୟ ପର୍ଯାୟ ଗଣତି ତଥା (8ନଂ) ଜୋନ ର(5)ଟି ପଂଚାୟତ ଗଣତି ଚାଲୁ ରହିଥିବା ବେଳେ ଏହି ଜୋନ ର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ସ୍ୱାଧୀନ ନାୟକ ଆଗରେ ଅଛନ୍ତି l କାକଟପୁର ବ୍ଲକ ର (16) ଟି ପଂଚାୟତ ରୁ (11)ଟି ପଂଚାୟତ ର ବିଜୟୀ ପ୍ରାର୍ଥୀ ଙ୍କ ନାମ ଘୋଷଣା ହୋଇଯାଇଛି l