କାକଟପୁର ତା 27/2 ( ପି ଏନ ଏସ )ପୁରୀ ଜିଲ୍ଲା କାକଟପୁର ବ୍ଲକର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ 6 ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ଦଳ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନଙ୍କ ବିଜୟ ଆଶାନୁରୂପକ ହୋଇପାରିନଥିବା ବେଳେ ଏହି ଜୋନରେ ଜିଲ୍ଲା ପରିଷଦ ପାଇଁ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ଜ୍ୟୋସ୍ନାରାଣୀ ଦଳାଇ ବିଜୟ ଲାଭ କରିଛନ୍ତି l 26 ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ 6 ଗୋଟି ଗ୍ରାମରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ 2 ଗୋଟି ଗ୍ରାମପଞ୍ଚାୟତରେ ବିଜୟ ଲାଭ କରିଥିବା ବେଳେ ଅନ୍ୟ 4 ଗୋଟି ଗ୍ରାମପଞ୍ଚାୟତ ମଧ୍ୟରୁ 3 ଟି ଗ୍ରାମପଞ୍ଚାୟତରେ ମିଳିତ ମଞ୍ଚ ପ୍ରାର୍ଥୀ ଓ 1 ଟି ଗ୍ରାମପଞ୍ଚାୟତରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କର ବିଜୟ ହୋଇଛି l
କଟକଣା ଗ୍ରାମପଞ୍ଚାୟତ ଓ ପାଟସୁନ୍ଦରପୁର 2 ଗୋଟି ଗ୍ରାମ ପଞ୍ଚାୟତରେ ବିଜେଡି ଦଳ ସମର୍ଥିତ ସରପଞ୍ଚ ଭାବେ ରୁକସାନା ବିବି ସମିତିସଭ୍ୟ ଭାବେ ପ୍ରଭାତୀ ବିଶ୍ୱାଳ, ପାଟସୁନ୍ଦରପୁର ଗ୍ରାମପଞ୍ଚାୟତରେ ଚତୁର୍ଭୁଜ ସ୍ୱାଇଁ ଓ ସମିତିସଭ୍ୟ ଭାବେ ମନୋଜ କୁମାର ନାୟକ ବିଜୟୀ ହୋଇଥିବାବେଳେ ମିଳିତମଞ୍ଚ ସମର୍ଥନରେ କଣ୍ଟାପଡା ଗ୍ରାମପଞ୍ଚାୟତରେ ରୀନା ନାୟକ ସମିତି ସଭ୍ୟ ଭାବେ ମିତା ପାତ୍ର , ଲତାହରଣ ଗ୍ରାମପଞ୍ଚାୟତରୁ ସରପଞ୍ଚ ଭାବେ ପ୍ରଦୀପ୍ତ କୁମାର ବିଶ୍ୱାଳ ସମିତିସଭ୍ୟ ସନ୍ଧ୍ୟା ରାଣୀ ସାହୁ, ସୁହାଗପୁର ଗ୍ରାମପଞ୍ଚାୟତରୁ ସରପଞ୍ଚ ଭାବେ ସେଖ ଅବତାର ସମିତି ସଭ୍ୟ ଭାବେ ଶ୍ରୀଧର ନାୟକ , ଭଣ୍ଡାଘର ଗ୍ରାମପଞ୍ଚାୟତରେ କଂଗ୍ରେସ ସମର୍ଥନରେ ସରପଞ୍ଚ ଭାବେ ଭାମୀ ଦାସ ଓ ସମିତିସଭ୍ୟ ଭାବେ ସଙ୍ଗୀତା କାଣ୍ଡି ନିର୍ବାଚିତ ହୋଇଛନ୍ତି l