Odisha news

ସମ୍ମନୀତ ଯୁବ ବିକାଶ ଯୋଜନା ଉଦ୍ଘାଟିତ

0
କାକଟପୁର : ଓଡ଼ିଆ ସରକାର ଙ୍କ ଦ୍ଵାରା ପ୍ରଣୀତ ସମ୍ମନୀତ ଯୁବ ବିକାଶ ଯୋଜନା ପରିପ୍ରେକ୍ଷୀ ରେ ମଙ୍ଗଳା ମହାବିଦ୍ୟାଳୟ କାକଟପୁର ଠାରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଅଶୋକ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ ଘାଟନ ଉତ୍ସବ ରେ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ପ୍ରଫେସର ସୁଧୀର ଚନ୍ଦ୍ର ଭୂୟାଁ ଅତିଥି ଭାବେ ଯୋଗ ଦେଇଥିଲେ l ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଜଗନ୍ନାଥ ଦୀକ୍ଷିତ ସମେତ ଅଧ୍ୟାପକ ନୃସିଂହ ଚରଣ ବିଶ୍ୱାଳ, ସୁକାନ୍ତ କୁମାର ମହାରଣା, ଡ଼ଃ ପ୍ରଶନ୍ନ କୁମାର ବରାଳ, ଲଲାଟେନ୍ଦୁ ସ୍ୱାଇଁ, ପ୍ରଧ୍ୟାପକ ରଶ୍ମି ରଞ୍ଜନ ପାଣି, ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା ଓ ସାମାଜିକ କାର୍ଯ୍ୟ ରେ ଯୋଗଦେଇ ସରକାର ଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ l ସେମାନେ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କଲେ ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ସଙ୍ଗେ ସଙ୍ଗେ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇବ l ସାମାଜିକ କାର୍ଯ୍ୟ ରେ ସେମାନଙ୍କର ଭାଗିଦାରୀତା ରାଜ୍ୟର ବିକାଶ କୁ ତ୍ୱରାନ୍ୱିତ କରିବ ବୋଲି ଅତିଥି  ମାନେ ମତ ଦେଇଥିଲେ l ଉତ୍ସବ କୁ ଅଧ୍ୟାପିକା ବେଞ୍ଜୁଲତା ସ୍ୱାଇଁ ପରିଚାଳନା କରିଥିଲେ ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ଉଭୟ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟ ର ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରି ଥିଲେ l
Leave A Reply