କାକଟପୁର ତା 10/11, ପୁରୀଜିଲ୍ଲା କାକଟପୁର ଥାନା ପୋଲିସ ଗତ ଗୁରୁବାର ରାତ୍ର ପାଟ୍ରୋଲିଙ୍ଗ ସମୟରେ ଚାରି ଜଣ ଚୋରା ଗଞ୍ଜେଇ ବେପାରୀକୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଜରି ବସ୍ତାରେ ଥିବା ୩ କେଜି ୧୦୦ ଗ୍ରାମ୍ ଓଜନର ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଟେକାଙ୍ଗିଆ ଗ୍ରାମର ରଞ୍ଜନ ଦିଗାଲ, ଗୋପବନ୍ଧୁ ଦିଗାଲ, ଦୀପକ ଦିଗାଲ ଓ ଫ୍ଲୋରେନ୍ସ ଦିଗାଲ l ସୂଚନା ଅନୁଯାୟୀ ଗୁରୁବାର ଭୋର ଚାରିଟାରେ କାକଟପୁର ନିକଟସ୍ଥ ବଲରା ଠାରେ କାକଟପୁର ପୋଲିସ ପକ୍ଷରୁ ନାକା ଚେକିଂ ଚାଲିଥିବାବେଳେ ଉପରୋକ୍ତ ଚାରିଜଣ ଅଭିଯୁକ୍ତ ପୋଲିସ ହାବୁଡ଼ରେ ପଡ଼ିଥିଲେ l ପୋଲିସଙ୍କୁ ଦେଖି ସେମାନେ କାକଟପୁର ବଜାର ଆଡକୁ ଦ୍ରୁତ ଗତିରେ ଚାଲିଯାଉଥିବାବେଳେ ପୋଲିସ ସେମାନଙ୍କୁ ପିଛା କରି ମଙ୍ଗଳା ରୋଡ଼ରେ କାବୁ କରିଥିଲା l ତାଙ୍କ ନିକଟରୁ ୨ ଟି ବାଇକ, ୩ ଟି ମୋବାଇଲ, ପ୍ୟାନ କାର୍ଡ, ଆଧାର କାର୍ଡ ଜବତ କରିଛି ପୋଲିସ l ଶୁକ୍ରବାର ଦିନ ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ଦଫା 20B(I) ଏନଡିପିସି ଆକ୍ଟରେ ଥାନା କେଶ ନମ୍ବର 217/23 ରେ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ l