କାକଟପୁର 9/11 ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲା ଯାଉ ରତ୍ନ ଭଣ୍ଡାର ଖୋଳାଯାଇ ମହାପ୍ରଭୁ ଙ୍କ ଅଳଙ୍କାର ର ଗଣତି, ମଣତି ଓ ଭଣ୍ଡାର ଘର ର ମରାମତି, ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଶ୍ରୀ ଜଗନ୍ନାଥ ଙ୍କ ଅମୃତ ମଣୋହି ଜମି ଓ ଚାଷୀ ଜମି କୁ ତୁରନ୍ତ ଫେରସ୍ତ କରାଯାଉ ଏହିପରି ବିଭିନ୍ନ ଦାବିକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ କାକଟପୁର ଆନନ୍ଦ ବଜାର ସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୁତ ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଏକ ସଂକୀର୍ତନ ସତ୍ୟାଗ୍ରହ ବ୍ଲକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ଏକ ହଜାର ରୁ ଉର୍ଦ୍ଧ କର୍ମୀ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରଦେଶ କଂଗ୍ରେସ କମିଟି ର ଉପ ସଭାପତି ବିଶ୍ଵଭୁଷଣ ଦାସ,ଅସ୍ତରଙ୍ଗ ବ୍ଲକ ସଭାପତି ସୁକାନ୍ତ ମହାନ୍ତି,ଗୋପ ବ୍ଲକ ସଭାପତି ଭାସ୍କର ସେଠ, କୋଣାର୍କ ଏନ ଏସି ର ସଭାପତି ଉପେନ୍ଦ୍ର କାଣ୍ଡି, ବାଙ୍ଗୁରୀଗାଁ ପଞ୍ଚାୟତ ସଭାପତି ହୃଷିକେଶ ବେହେରା,ଓଥକା ପଞ୍ଚାୟତ ସଭାପତି କୃଷ୍ଣ ଚନ୍ଦ୍ର ବିଶ୍ୱାଳ, କାକଟପୁର ପଞ୍ଚାୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ,ପ୍ରଶାନ୍ତ ଭୋଳ, ଦେଶବନ୍ଧୁ ଲେଙ୍କା, କବିତା ଦାସ,ପ୍ରଫୁଲ ବିଶ୍ୱାଳ, ସୁକାନ୍ତ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ l ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି କଂଗ୍ରେସ ଏହି ବୁଥ ସ୍ତରୀୟ କମିଟି ଗଠନ ଓ ସଂକୀର୍ତ୍ତନ ସତ୍ୟାଗ୍ରହ ମାଧ୍ୟମରେ ପଞ୍ଚାୟତ ମାନଂକରେ କର୍ମୀ ମାନଙ୍କୁ ଏକାଠି କରି ଦଳକୁ ମଝବୁତ କରିବା ସହ ଦଳ ସଂଖ୍ୟା ଗରିଷ୍ଠତା ହାସଲ ଜରିବାର ଲକ୍ଷ ରଖିଥିବା ବ୍ଲକ ସଭାପତି ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି l