Odisha news

ବରିଷ୍ଠ କଂଗ୍ରେସ ନେତା ଙ୍କ ବିୟୋଗ

0
କାକଟପୁର 26/10 କାକଟପୁର ଲକ୍ଷ୍ମୀ ବଜାର ର ବିଶିଷ୍ଟ ବ୍ୟବସାୟୀ ତଥା ଅଞ୍ଚଳର ଜଣେ କଂଗ୍ରେସ ର ଜଣେ ଟାଣୁଆ ନେତା ହୋଟେଲ ଦୁର୍ଗା ର ପରିଚାଳକ ଦୁର୍ଗାଚରଣ ନାୟକ (କାଲୁବାବୁ) (87) ଙ୍କର ଗତକାଲି ବିଳମ୍ବିତ ରାତ୍ରରେ ନିଜ ବାସଭଵନରେ ପରଲୋକ ହୋଇଯାଇଛି l ସେ ଜଣେ ପରୋପକାରୀ, ମିଷ୍ଠଭାଷୀ ସମାଜସେବୀ ତଥା କଂଗ୍ରେସ ର ଜଣେ ସଂଗଠକ ଭାବେ ବେଶ ପରିଚିତ ଥିଲେ l ତାଙ୍କ ମୃତ୍ୟୁ ନିକଟରେ ପୁତ୍ର ପ୍ରବିର (ହାଣୁ) ବାବୁ, ନଳିନୀ, ନଟ, ପିଣ୍ଟୁ, ପୁତ୍ରବଧୁ, ନାତି ଜଗା, ସୋମ, ସୋନୁ, ପପୁ, ପରିବାର ବନ୍ଧୁବର୍ଗ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ତାଙ୍କ  ବିୟୋଗ ରେ ଯୁବ ନେତା ବିଶ୍ଵଭୁଷଣ ଦାସ, ସମାଜସେବୀ ଜ୍ଞାନ ରଞ୍ଜନ ସାହୁ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ,ଗ୍ରାମ ପଞ୍ଚାୟତ ସଭାପତି ନଳିନୀ କାନ୍ତ ଦୀକ୍ଷିତ, ବାଉରୀ ବନ୍ଧୁ ମହାନ୍ତି, କରୁଣାକର ସେନାପତି, ଆଇନୀଜୀବୀ ପ୍ରଫୁଲ କୁମାର ନାୟକ, ସେକ ଲିୟାକତ, ଅରକ୍ଷିତ କାଣ୍ଡି, ତପନ କାଣ୍ଡି ଓ ବିଶିଷ୍ଟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି l ତାଙ୍କର ପାର୍ଥୀବ ଶରୀର କୁ ଏକ ଶୋଭାଯାତ୍ରାରେ ବଜାର ପରୀକ୍ରମା କରାଯାଇ ଚନ୍ଦନ ବଜାର ସ୍ଥ ସ୍ମଶାନ ରେ ଦାହ କରାଯାଇଥିଲା l ପୁତ୍ର ହାଣୁ ମୁଖାଗ୍ନି ଦେଇଥିଲେ l
Nalco
Leave A Reply