ଆଠଗଡ଼ ତା ୨୬-୧୦-୨୩ ଆଠଗଡ ଵିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନନ୍ତପୁର ପଂଚାୟତର ଠାରୁ ଆରମ୍ଭ ହୋଇ ବ୍ରହ୍ମପୁର ନୂଆଶାସନ ଠାରେ ଶେଷ ହୋଇଥିଲା ,ଏହି ପଦଯାତ୍ରା ମୁଖ୍ୟ ଅତିଥି ଭାବରେ ସମାଜସେବୀ ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗ ଦେଇ କହିଲେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଦଶଦିନ ବ୍ୟାପି ଜନସଂପର୍କ ପଦଯାତ୍ରା କରାଯିବା ପାଇଁ ଦଳ ତରଫରୁ ନିଷ୍ପତ୍ତି ନିଆଯାଇଛି ।କିନ୍ତୁ ଆଠଗଡ ରେ ପଞ୍ଚାୟତ ର ଦଳୀୟ କର୍ମୀ ମାନଙ୍କୁ ଅନୁରୋଧ କୁ ରକ୍ଷା କରି ଯେଉଁ ପଞ୍ଚାୟତ ମାନଙ୍କ ରେ ପଦଯାତ୍ରା ହୋଇନଥିଲା ସେହିଁ ପଞ୍ଚାୟତ ମାନଙ୍କ ରେ ପୁନର୍ବାର ପଦଯାତ୍ରା କରାଯାଉଛି ଏହି ପଦଯାତ୍ରାକୁ ସଫଳ କରିବା ଏବଂ ସରକାରଙ୍କ ଜନହିତକର ଯୋଜନା ଲୋକ ମାନଙ୍କ ପାଖରେ ପଞ୍ଚାୟତ ଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନରେ ପରିଣତ ହୋଇପାରିବ । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବାରେ ନିରବଚ୍ଛିନ୍ନ ଭାବରେ ପଚିଶ ବର୍ଷ ଓଡ଼ିଶାବାସୀଙ୍କ ସେବା କରିବା ସହ ସାଢେ଼ ଚାରିକୋଟି ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି । କେନ୍ଦ୍ର ସରକାର ଓଡିଶା ପ୍ରତି ବାରମ୍ବାର ଅତ୍ୟାଚାର ବିରୋଧରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।
ଏଥିରେ ତିନି ନମ୍ବର ଜୋନ ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଅନନ୍ତପୁର ସରପଞ୍ଚ ଶକ୍ତି କାନ୍ତ ସାହୁ ସମିତି ସଭ୍ୟ ସୋମ୍ୟ ରଞ୍ଜନ ପଣ୍ଡା ଵିଜୁ ଜନତା ଦଳ ଅନନ୍ତପୁର ସଭାପତି ହୃଦାନନ୍ଦ ସାମଲ ଆଠଗଡ ବ୍ଲକ ଛାତ୍ର ଜନତା ଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ସରୋଜ କୁମାର ପଣ୍ଡା ଲଷ୍ମୀଧର ସାମନ୍ତରାୟ ,ପ୍ରମୋଦ କୁମାର ସ୍ୱାଇଁ ଦୀପକ ସାହୁ, ବିକାଶ ବିଶ୍ୱାଳ,ଦିବାକର ଖଟୁଆ, ବୃନ୍ଦାବନ ସାହୁ,ରାଜେନ୍ଦ୍ର ସାହୁ ମହିଳା ନେତ୍ରୀ ,ଲକ୍ଷ୍ମିପ୍ରିୟା ବେହେରା ରୋଜାଲିନି ସାହୁ ପ୍ରଭାତୀ ସେଠି ଅନନ୍ତ ପୁର ପଞ୍ଚାୟତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।