Odisha news

ଷୋଡ଼ଶ ଉପଚାର ପୂଜାପଣ୍ଡା  ଭାବେ କୃତକାର୍ଯ୍ୟ ହେଲେ ସଞ୍ଜୟ   

0

କାକଟପୁର ତା ୨୨/୯, ପୁରୀଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କର ଆଶ୍ୱିନର ଷୋଡ଼ଶ ଉପଚାର ପୂଜା ବିଧି ପାଇଁ ପୂଜାପଣ୍ଡା ସେବକ ଭାବେ ପୂଜାପଣ୍ଡା ସଞ୍ଜୟ କୁମାର ଦୀକ୍ଷିତ (ବାବୁଲି ଭାଇନା)ଆଜି ପୂଜାପଣ୍ଡା ମଣ୍ଡଳୀ, ସେବାୟତ ନିଯୋଗ ଓ ମନ୍ଦିର ପ୍ରଶାସନଙ୍କ ଉପସ୍ଥିତିରେ ମନ୍ଦିର ପରିସରରେ ଥିବା ନାଟ୍ୟ ମଣ୍ଡପରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଦେଇ ଷୋଡ଼ଶ ଉପଚାର ପୂଜାପଣ୍ଡା ଭାବେ କୃତକାର୍ଯ୍ୟ ହେବାପରେ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଥିଲା l ଗତ କିଛିଦିନ ହେବ ଷୋଡ଼ଶ ଉପଚାର ପୂଜାପଣ୍ଡା ଭାବେ ମାତ୍ର ଦୁଇ ତିନି ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚଳିତ ବର୍ଷ ପାର୍ବଣ ପାଇଁ ସଞ୍ଜୟ କୁମାର ଦୀକ୍ଷିତ କୃତକାର୍ଯ୍ୟ ହୋଇଛନ୍ତି l ସେ ଚଳିତ ପାର୍ବଣ ସମୟରେ ମା ଙ୍କର ସମସ୍ତ ସେବାକାର୍ଯ୍ୟ କରିବେ l ସଞ୍ଜୟଙ୍କର ଏହି କୃତକାର୍ଯ୍ୟକୁ ନେଇ ମଙ୍ଗଳା ମନ୍ଦିର ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି ତଥା ପ୍ରେସ କ୍ଳବ ସଭାପତି କମଳ ଲୋଚନ ଦୀକ୍ଷିତ,ବରିଷ୍ଠ ସେବାୟତ ଲକ୍ଷ୍ମୀଧର ଦୀକ୍ଷିତ, ଈଶ୍ୱର ଚନ୍ଦ୍ର ଦୀକ୍ଷିତ, ପୂଜାପଣ୍ଡା ସେବକ ଧନେଶ୍ୱର ପାଢ଼ୀ, ହେମନ୍ତ କୁମାର ପାଢ଼ୀ, ଲଳିତ କୁମାର ଦୀକ୍ଷିତ, ରଘୁନାଥ ଦୀକ୍ଷିତ, ତପନ କୁମାର ଦୀକ୍ଷିତ,  ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ,ମନ୍ଦିର ଟ୍ରଷ୍ଟି ବିରଞ୍ଚି ନାରାୟଣ ଦୀକ୍ଷିତ, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦୀକ୍ଷିତ,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଦୀପ୍ତ କୁମାର ଦୀକ୍ଷିତ ସମେତ ସମସ୍ତ ସେବାୟତ ମାନେ ଶୁଭେଚ୍ଛା ଜଣାଇଛନ୍ତି l

Nalco
Leave A Reply